ପ୍ରୟାଗରାଜରେ ପୁଣି ଗଣହତ୍ୟା

ପରିବାରର ୫ ସଦସ୍ୟଙ୍କ ଗଳାକାଟିଲେ
ପ୍ରୟାଗରାଜ (ଏଜେନ୍ସି): ଉତ୍ତରପ୍ରଦେଶ ପ୍ରୟାଗରାଜ ଅଞ୍ଚଳରେ ଏକ ପରିବାରର ୫ଜଣ ସଦସ୍ୟଙ୍କୁ ନିମର୍ମ ହତ୍ୟା କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ଦୁବୃର୍ତ୍ତମାନେ ପରିବାରର ଏକ ୨ବର୍ଷର ନୀରିହ ଶିଶୁଙ୍କୁ ମଧ୍ୟ ହତ୍ୟା କରିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ହତ୍ୟାକାରଣ ସ୍ପଷ୍ଟ ହୋଇପାରୁନଥିବା ବେଳେ ଅଭିଯୁକ୍ତମାନଙ୍କ ସମ୍ପର୍କରେ ମଧ୍ୟ ଜଣାପଡିପାରିନାହିଁ । ତେବେ ପୋଲିସ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ୫୫ବର୍ଷ ବୟସ୍କ ରାମକୁମାର ଯାଦବ, ପତ୍ନୀ ୫୨ ବର୍ଷ ବୟସ୍କା କୁସୁମ ଦେବୀ, ଝିଅ ୨୫ ବର୍ଷ ବୟସ୍କା ମନୀଷା, ବୋହୂ ୨୭ ବର୍ଷ ବୟସ୍କା ସବିତା, ନାତୁଣୀ ୨ ବର୍ଷର ମୀନାକ୍ଷି । ୫ବର୍ଷୀୟ ଆଉ ଏକ ନାତୁଣୀ ଘରେ ନଥିବାରୁ ସୌଭାଗ୍ୟବଶତଃ ସେ ବଞ୍ଚôଯାଇଛି । ଏହା ପୂର୍ବରୁ ମଧ୍ୟ ପ୍ରୟାଗରାଜର ଗଙ୍ଗାପାର ନବାବଗଞ୍ଜ ଥାନା ଖାଗଲପୁର ଗାଁରେ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *