କ୍ରୋଧର ଶିକାର ହେଲେ ଜିଲ୍ଲାପାଳ, ଗାଡ଼ି ଭଙ୍ଗାରୁଜା

ପଞ୍ଚାୟତ ଅଫିସ୍ ବିବାଦ
ବାରିପଦା(ଆପ୍ର): ନୂତନ ପଞ୍ଚାୟତ କାର୍ଯ୍ୟାଳୟ ପ୍ରତିଷ୍ଠାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପୁଲିସ ନୀରବ ରହିବାରୁ ମୟୂରଭଞ୍ଜ ଜିଲ୍ଲାପାଳ ଉତ୍ତ୍ୟକ୍ତ ଜନତାଙ୍କ କ୍ରୋଧର ଶିକାର ହୋଇଛନ୍ତି । ପୁଲିସର ନିଷ୍କ୍ରୀୟତା ପ୍ରତିବାଦରେ ଆନେ୍ଦାଳନ କରୁଥିବା ଲୋକେ ଜିଲ୍ଲାପାଳଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି ।
କୁଳିଅଣା ବ୍ଲକ ନୂଆଗାଁରେ ·ଲିଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଭଗବାନପୁର ଗ୍ରାମବାସୀ ଭାଙ୍ଗି ଦେଇଥିଲେ । ଏହାକୁ କେନ୍ଦ୍ରକରି କିଛିଦିନ ହେଲା ଉଭୟ ଗାଁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏପରିକି ଜଣେ ଅସହାୟ ବୃଦ୍ଧାଙ୍କୁ ରଡ୍ରେ ଆକ୍ରମଣ କରାଯିବାରୁ ପରିସ୍ଥିତି ଆହୁରି ଜଟିଲ ହୋଇପଡ଼ିଥବଲା । ଆଇନ ଶୃଙ୍ଖଳା ରକ୍ଷା ନିମିତ୍ତ ନୂଆଗାଁ ସରପଞ୍ଚ ମମତା ନାଏକ କୁଳିଆଣା ଥାନାକୁ ଯାଇଥିଲେ । କିନ୍ତୁ ଥାନା ଅଧିକାରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳକୁ ଯାଇ ନ ଥିଲେ । ଏହା ପ୍ରତିବାଦରେ ଭଗବାନପୁର ଲୋକେ ବାଲିମଣ୍ଡଳୀ ଛକ ନିକଟରେ ୧୮ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ସେହି ସମୟରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସପରିବାର ସେହି ରାସ୍ତା ଦେଇ ଯାଉଥିବା ସମୟରେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ । ଜିଲ୍ଲାପାଳ ରାସ୍ତା ଅବରୋଧସ୍ଥଳକୁ ଯିବାରୁ ଲୋକଙ୍କ କ୍ରୋଧର ଶିକାର ହୋଇଥିଲେ । ଆନେ୍ଦାଳନକାରୀମାନେ ତାଙ୍କ ଗାଡି ଉପରକୁ ଟେକା ମାଡ଼ କରିଥିଲେ । ଜିଲ୍ଲାପାଳଙ୍କ ଗାଡ଼ି ଭାଙ୍ଗରୁଜି ଯାଇଛି ।
ନୂଆଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଏସ୍ପି, ଅତିରିକ୍ତ ଏସ୍ପି, କୁଳିଅଣା ତହସିଲଦାର ଓ ପୁଲିସ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କରିଛନ୍ତି । ହେଲେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଅବ୍ୟାହତ ଥିଲା । ଆନେ୍ଦାଳନକାରୀମାନେ କୁଳିଅଣା ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଉଭୟ ଗାଁ ଓ ରାଜପଥରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତେବେ ଜିଲ୍ଲାପାଳଙ୍କ ଗାଡ଼ି ଭଙ୍ଗାରୁଜା କରାଯିବାକୁ ସବୁ ମହଲରେ ନିନ୍ଦା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *