ଭଙ୍ଗାଯାଇଥିବା ମନ୍ଦିରର ପୁନର୍ନିର୍ମାଣ

ରାଜସ୍ଥାନ ସରକାରଙ୍କ ପ୍ରତିଶ୍ରୁତି
ଅଲଓା୍ୱର (ଏଜେନ୍ସି): ରାଜସ୍ଥାନର ଅଲଓା୍ୱର ଜିଲ୍ଲା ଅନ୍ତର୍ଗତ ରାଜଗଡ଼ ଠାରେ ଥିବା ଶହ ଶହ ବର୍ଷ ପୁରୁଣା ୩ଟି ମନ୍ଦିରକୁ ଦିନକ ପୂର୍ବେ ବୁଲଡୋଜର ମାଧ୍ୟମରେ ଭଙ୍ଗାଯିବାକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ରହିଛି । ରାଜସ୍ଥାନରେ ସମ୍ପ୍ରତି କଂଗ୍ରେସ ସରକାର ରହିଥିବା ବେଳେ ବିଜେପି ମନ୍ଦିର ଭଙ୍ଗା ଘଟଣା ପାଇଁ କଂଗ୍ରେସକୁ ଦାୟୀ କରୁଛି । ଅନ୍ୟପକ୍ଷେ ବିଜେପି ଏସବୁ ପଛରେ ଥିବା ଶାସକ ଦଳ ଦାବି କରୁଛି । ତେବେ ଏସବୁ ବାଦବିବାଦ ମଧ୍ୟରେ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଭଙ୍ଗାଯାଇଥିବା ୩ଟି ଯାକ ମନ୍ଦିରର ପୁନଃନିର୍ମାଣ କରାଯିବା ନେଇ ରାଜସ୍ଥାନ ସରକାର ଘୋଷଣା କରିଛନ୍ତି ।
ପ୍ରକାଶ, ଶୁକ୍ରବାର ଅଲୱାରର ରାଜଗଡ଼ ଠାରେ ଥିବା ୩ଟି ମନ୍ଦିର (୩ଠଠ ବର୍ଷ ପୁରୁଣା ଏକ ଶିବ ମନ୍ଦିର ମଧ୍ୟ ସାମିଲ) ଓ କେତେକ ଦୋକାନ ଘରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା । ଏସବୁ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦର୍ଶାଇ ପ୍ରଶାସନ ଏସବୁକୁ ବୁଲଡୋଜର ଦ୍ୱାରା ଭାଙ୍ଗିଦେଇଥିଲା । ରାସ୍ତା ଚଉଡା କରିବା ଏବଂ ଜବରଦଖଲକାରୀଙ୍କ ଠାରୁ ଭୂମି ମୁକ୍ତ କରିବା ଉଦେ୍ଦଶ୍ୟରେ ଏସବୁ କରାଯାଇଥିଲା । ତେବେ ଏସବୁକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଶନିବାର ଅଲୱାରର ଅତିରିକ୍ତ ଜିଲ୍ଲାପାଳ ସୁନୀତା ପଂକଜ କହିଛନ୍ତି, ବେଆଇନ୍ ନିର୍ମାଣ ଉଚ୍ଛେଦ ଅଭିଯାନ ଅର୍ନ୍ତଗତ ଏହି ମନ୍ଦିରଗୁଡ଼ିକୁ ଭୁଲ୍ବଶତଃ ଭଙ୍ଗାଯାଇଛି । ତେବେ ନିର୍ବିବାଦୀୟ ସ୍ଥାନରେ ଏସବୁ ମନ୍ଦିରର ପୁନଃନିର୍ମାଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । ଜିଲ୍ଲାପାଳଙ୍କ ଏପ୍ରକାର ପ୍ରତିଶ୍ରୁତି ପରେ ମନ୍ଦିର ଭଙ୍ଗା ଘଟଣାରେ ଉତ୍ତେଜିତ ହୋଇପଡିଥିବା ପକ୍ଷ ଏବେ ସାମାନ୍ୟ ଶାନ୍ତ ପଡ଼ିଛନ୍ତି । ମନ୍ଦିର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ଙ୍କୁ ମୋଗଲ ସାମ୍ରାଜ୍ୟର କ୍ରୁର ଶାସକ ଔରଙ୍ଗଜେବ୍ଙ୍କ ସହ ବିଜେପି ତୁୂଳନା କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *