ପ୍ରତି ୬ ମାସରେ ସ୍ୱାସ୍ଥ୍ୟମେଳା ହେଉ

ସାଧାରଣ ଲୋକଙ୍କୁ ଚିକିତ୍ସା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ
ବ୍ରହ୍ମଗିରି (ଆପ୍ର): ସାରା ଭାରତ ବର୍ଷରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ହେଉଥିବା ବେଳେ ପୁରୀ ଜିଲ୍ଲା ବହ୍ମଗିରି ବ୍ଲକ୍ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଲକ୍ସ୍ତରୀୟ ମେଗା ସ୍ୱାସ୍ଥ୍ୟମେଳା ଶିବିର ଶନିବାର ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା କହିଥିଲେ ଯେ ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକମାନଙ୍କୁ ସେମାନଙ୍କ ନିକଟରେ ଉତ୍ତମ ଚିକିତ୍ସା ସହ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ଆଜିର ଏହି ସ୍ୱାସ୍ଥ୍ୟମେଳା ଦ୍ୱାରା ବ୍ରହ୍ମଗିରି ଅଞ୍ଚଳର ସହସ୍ର ଲୋକ ସେମାନେ ସୁବିଧା ଚିକିତ୍ସା ପାଇପାରିଲେ । ଫଳରେ ସେମାନଙ୍କର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଘଟୁଛି । ଅନ୍ୟପକ୍ଷରେ ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ସ୍ୱାସ୍ଥ୍ୟସେବା ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚô ପାରିନାର୍ହି । ମାତ୍ର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ସେଥିଲାଗି ଏବେ ଓଡ଼ିଶାର ପ୍ରତ୍ୟେକ ବ୍ଲକ୍ରେ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହେଉଛି । ଏହି ମେଳା ପ୍ରତ୍ୟେକ ୬ ମାସରେ ଥରେ ଅନୁଷ୍ଠିତ ହେଉ ବୋଲି ଶ୍ରୀ ଦାସବର୍ମା ମତବ୍ୟକ୍ତ କରିଛନ୍ତି ।
କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଅଧିକାରିଣୀ ଡା. ସୁଜାତା ମିଶ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରଣବ ପ୍ରକାଶ ପୂର୍ଣ୍ଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷ ମାଳିନୀ ଦଳାଇ, ଜିଲ୍ଲା ପରିଷଦ କୈଳାସଚନ୍ଦ୍ର ପରିଡ଼ା, ଜମ୍ବେଶ୍ୱର ସାହୁ, ବିଡିଓ ଜ୍ୟୋତିପ୍ରକାଶ ସେଠୀ, ସିଡିପିଓ ଉଷାରାଣୀ ମିଶ୍ର, ବିଜୟ କୁମାର ଦଳାଇ, ଅମୂଲ୍ୟ ଜେନା, ପ୍ରବୀଣ ରଣସିଂ, ଜଳନ୍ଧର ପ୍ରଧାନ, ସଞ୍ଜୟ ପରିଡ଼ା ପ୍ରମୁଖ ଯୋଗଦେଇ ମେଗା ସ୍ୱାସ୍ଥ୍ୟମେଳା ଶିବିର ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।
ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ନାଶା, କର୍ଣ୍ଣ, ଗଳା, ଚକ୍ଷୁ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ମେଡିସିନ୍, ଚର୍ମ, ନିଦାନ ଭଳି ୨୩ଟି ବିଭିନ୍ନ ବିଭାଗର ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ ସମେତ ସଚେତନତା କରାଯାଇଥିଲା । ରୋଗୀମାନେ ସେମାନଙ୍କର ନାମ ପଞ୍ଜିକରଣ କରି ହେଲଥ୍ ଆଇଡି ଖୋଲିବା ସହିତ ଏଠାରେ ଟିକାକରଣ ନେବାର ସୁବିଧା ଉପଲବ୍ଧ ରହିଥିଲା । ସ୍ୱାସ୍ଥ୍ୟମେଳାରେ ଆଖପାଖ ଅଞ୍ଚଳରୁ ପ୍ରାୟ ହଜାରେରୁ ଊଦ୍ଧ୍ୱର୍ ରୋଗୀ ସ୍ୱାସ୍ଥ୍ୟସେବାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବୈଦ୍ୟନାଥ ମିଶ୍ର ପରିଚାଳନା କରିଥିବା ବେଳେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *