୭୬.୨୯କୋଟିରେ ଏମ୍କେସିଜିରେ ହେବ କ୍ୟାନସର ଯତ୍ନକେନ୍ଦ୍ର

ବ୍ରହ୍ମପୁର (ବୁ୍ୟରୋ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ ଓ ହସ୍ପିଟାଲ(ଏମ୍କେସିଜି)ରେ ୭୬.୨୯କୋଟି ଟଙ୍କା ବ୍ୟୟରେ ହେବ ୩ ମହଲା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର ଯତ୍ନକେନ୍ଦ୍ର । କୋଠା ନିର୍ମାଣ କରିବାକୁ ମେଡିକାଲ୍ ପଡିଆକୁ ଲାଗି ୪ଏକର ଜାଗା ଚିହ୍ନଟ କରାଯାଇଛି । ରାଜ୍ୟ ସରକାର ଟଙ୍କା ମଞ୍ଜୁର କରିି ଖୁବ୍ଶୀଘ୍ର ପୂର୍ତ୍ତ ବିଭାଗ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବ ବୋଲି କହିଛନ୍ତି ଏମ୍କେସିଜି ଅଧିକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର ।
ପୂର୍ବରୁ ରାଜ୍ୟ ସରକାରଙ୍କ ନିକଟକୁ ୭୬କୋଟି ଟଙ୍କାର ଏକ ଡିପିଆର୍ ପ୍ରସ୍ତୁତ କରି ପଠାଯାଇଛି । ଏମ୍କେସିଜିରେ ପୂର୍ବରୁ ଟର୍ସିଆରି କର୍କଟ ଚିକିତ୍ସା କେନ୍ଦ୍ର ଖୋଲିବାକୁ ଯୋଜନା ହୋଇଥିଲା । କେନ୍ଦ୍ର ସରକାର ଏହି ଯୋଜନା କରିଥିବା ବେଳେ ୪୫କୋଟି ଟଙ୍କାରେ ଟର୍ସିଆରି ସେଣ୍ଟର ନିର୍ମାଣ ହୋଇଥାନ୍ତା । ଟାଟା ଏହି କେନ୍ଦ୍ର କରିବାକୁ ସମସ୍ତ ପ୍ରସ୍ତୁତି କରିଥିଲା । କିନ୍ତୁ ଥରେ ଏମ୍କେସିଜି ଆସି ଯିବା ପରେ ଟାଟା ଆଉ ଏମ୍କେସିଜି ଆସିନାହିଁ । ବର୍ତ୍ତମାନ ଟର୍ସିଆରି ସେଣ୍ଟର ଅନିଶ୍ଚିତତାରେ ରହିଥିବା ବେଳେ କ୍ୟାନ୍ସର ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାକୁ ନୂଆ କୋଠାର ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ବର୍ତ୍ତମାନ ଏମ୍କେସିଜି କ୍ୟାନ୍ସର ବିଭାଗ କୋଠା ଅସ୍ଥିଶଲ୍ୟ ବିଭାଗ ଆଗରେ ରହିଛି । ଦୁଇ ମହଲା କୋଠାରେ କେବଳ ୨୦ଜଣ ରୋଗୀଙ୍କ ପାଇଁ ଶଯ୍ୟା ରହିଛି । ପୁରୁଣା କୋଠା ୫୦ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଭାଙ୍ଗିରୁଜି ଗଲାଣି । ନୂତନ କୋଠାର ପ୍ରଥମ ମହଲାରେ ଭେଷଜ କର୍କଟ(ମେଡିକାଲ୍ ଅଙ୍କୋଲୋଜି), ବହିଃବିଭାଗ ସହ ସୁପରସ୍ପେଶାଲିଟି ସେବା ଉପଲବ୍ଧ ହେବ । ଦ୍ୱିତୀୟ ମହଲାରେ କର୍କଟ ରୋଗ ସମ୍ପର୍କରେ ପାଠ ପଢ଼ାଇବାକୁ ୨୫ସିଟ୍ ବିଶିଷ୍ଟ ଶ୍ରେଣୀଗୃହ, ଲାଇବ୍ରେରୀ ରୁମ୍ ଓ ସେମିନାର ରୁମ୍ ରହିବ । ତୃତୀୟ ମହଲାରେ ଶହେ ରୋଗୀଙ୍କ ପାଇଁ ଇନ୍ଡୋର ଶଯ୍ୟା ରହିବ ବୋଲି ଅଧିକ୍ଷକ କହିଛନ୍ତି ।
ଏମ୍କେସିଜିରେ ଭିତ୍ତିଭୂମି ଅଭାବରୁ ଅତ୍ୟାଧୁନିକ ଚିକିତ୍ସା ସେବାରୁ ବଞ୍ଚôତ ହେଉଛନ୍ତି ରୋଗୀ । ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାବାସୀ ଏହି ଡାକ୍ତରଖାନା ଉପରେ ଭରସା କରୁଥିବା ବେଳେ ଏଠାରେ ଅତ୍ୟାଧୁନିକ ଯନ୍ତ୍ରାଂଶ ନାହିଁ । କୋବାଲ୍ଡ-୬୦ ଥେରୋଟ୍ରୋନିକ୍ସ ଟେଲି ଥେରାପି ଟି୍ରଟ୍ମେଣ୍ଟ ଦିଆଯାଉଛି । ଅତ୍ୟାଧୁନିକ ଯନ୍ତ୍ରାଂଶ ଆସିଥିଲେ ମଧ୍ୟ ଏମ୍କେସିଜି ଆସିପାରିନାହିଁ । ଏହି ପୁରୁଣା ମେସିନ୍ ଦ୍ୱାରା ହିଁ ରୋଗୀଙ୍କୁ ଥେରାପି ଚିକିତ୍ସା ଦିଆଯାଉଛି । ଲିନିୟର ଏକ୍ସିଲେରଟେର, ବ୍ରକି ଥେରାପି, ସିମ୍ଲଲେଟର ଏଭଳି ଅନେକ ମେଶିନ୍ ବାହାରିଥିବା ବେଳେ ଏମ୍କେସିଜିରେ ଏ ସବୁ ସ୍ୱପ୍ନ । ଯଦ୍ଦ୍ୱରା ବାହାରକୁ ଚିକିତ୍ସା ପାଇଁ ଯାଇ ରୋଗୀ ଖର୍ଚ୍ଚାନ୍ତ ହେଉଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *