ମିଳିମିଶି ବିକାଶକୁ ଆଗେଇ ନିଅ

ହିଞ୍ଜିଳି ଓ ଶେରଗଡ଼ର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର,୨୨ା୪(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ପୌରାଞ୍ଚଳ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ନବ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ସମସ୍ତ ପ୍ରତିନିଧି ମାନଙ୍କୁ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହିତ ସମସ୍ତେ ମିଳିମିଶି ଓ କଠିନ ପରିଶ୍ରମ କରି ନିଜ ନିଜ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳି ଓ ଶେରଗଡର ବିକାଶ ପାଇଁ ସେ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ପୌରାଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲରମାନେ ଯୋଗଦେବା ସହିତ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ ଓ ଅନ୍ୟାନ୍ୟ ଲୋକପ୍ରତିନିଧିଙ୍କୁ ମିଶାଇ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *