ଖୁବ୍ଶୀଘ୍ର ସମସ୍ୟାର ସମାଧାନ
କୃଷ୍ଣପ୍ରସାଦ ବ୍ଲକ୍ ବିଦୁ୍ୟତ୍ ସେବା ସମୀକ୍ଷା
ଛତ୍ରପୁର (ଆପ୍ର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଗଞ୍ଜାମ ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୃଷ୍ଣପ୍ରସାଦ ବ୍ଲକ୍ର ମାଲୁଦ ବିଦୁ୍ୟତ୍ ସେକ୍ସନ ଅଧୀନ ଅଞ୍ଚଳରେ ବିଦୁ୍ୟତ୍ ସେବା ନେଇ ସମୀକ୍ଷା ବୈଠକ କରିଥିଲେ ।
ଏହି ବିଦୁ୍ୟତ୍ ସେକ୍ସନ ଅଧୀନରେ ଏବେ ୧୧ହଜାରରୁ ଊଦ୍ଧ୍ୱର୍ ବିଦୁ୍ୟତ୍ ଉପଭୋକ୍ତା ଅଛନ୍ତି । ମାଲୁଦ ବିଦୁ୍ୟତ୍ ସେକ୍ସନ ଟିପି ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ ଅଧୀନରେ ରହିଛି । ଉକ୍ତ ଅଞ୍ଚଳ ଚିଲିକା ତଟରେ ରହୁଥିବା ବେଳେ ଲୁଣି ଯୋଗୁ ସର୍ବଦା ବିଦୁ୍ୟତ୍ ସମସ୍ୟା ସୃଷ୍ଟି ହେଉଥିବାରୁ ଗ୍ରାହକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଦୀର୍ଘକାଳୀନ ସମସ୍ୟା ଯଥା ମହିଷା ବ୍ରହ୍ମପୁର ବିଦୁ୍ୟତ୍ ପୋଲ ମରାମତି, ତିତିପ ଫିଡର ଉନ୍ନତୀକରଣ, ପାଲୁର ଜଙ୍କସନ ଠାରୁ ମାଲୁଦ ଫିଡର ପର୍ଯ୍ୟନ୍ତ ସ୍ୱତନ୍ତ୍ର ଲାଇନ୍ ଏଥିସହ ଫନି ବାତ୍ୟା ସମୟରୁ ଯେଉଁ ସବୁ ଅଞ୍ଚଳରେ ବିଦୁ୍ୟତ୍ ବିଭ୍ରାଟ ସମସ୍ୟା ରହିଛି ସେସବୁର ସମାଧାନ ତୁରନ୍ତ କରିବା ଉପରେ ଆଲୋଚନା ହୋଇଥିଲା । କୃଷ୍ଣପ୍ରସାଦ ବ୍ଲକ୍ ସର୍ବଦା ବାତ୍ୟାର ସମ୍ମୁଖୀନ ହେଉଛି । ଯଦ୍ଦ୍ୱାରା ଲୋକେ ବହୁ ଦିନ ପର୍ଯ୍ୟନ୍ତ ବିଦୁ୍ୟତ୍ ସେବାରୁ ବଞ୍ଚôତ ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି କିପରି ଏହାର ସ୍ଥାୟୀ ପ୍ରତିକାର ହୋଇପାରିବ ସେ ନେଇ ଆଲୋଚନା କରାଯାଇଥିଲା । ଏସବୁ କାମ ଆସନ୍ତା ୬ମାସ ମଧ୍ୟରେ ଶେଷ ହେବ ବୋଲି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ କହିଥିଲେ ।
ଆଗାମୀ ଦିନରେ ନୂଅାଁପଡ଼ା ଫିଡର, ମୋରଡ଼ା, ବ୍ରର୍ଜକୋଟ ଓ କୃଷ୍ଣପ୍ରସାଦ ୧୧କେଭି ଫିଡର ଉନ୍ନତୀକରଣ କରାଯିବ । ପାଲୁର ଠାରୁ ମାଲୁଦ ପର୍ଯ୍ୟନ୍ତ ବିଦୁ୍ୟତ୍ ତାର ପରିବର୍ତ୍ତନ, ମାଲୁଦ ସେକ୍ସନରେ ଥିବା ଇନସୁଲେଟର ପରିବର୍ତ୍ତନ, ଚାରିଛକ ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ୮୦ଏମ୍ଏମ୍ ତାରରୁ ୧୦୦ ଏମ୍ଏମ୍ ବିଦୁ୍ୟତ୍ ତାରରେ ପରିବର୍ତ୍ତନ, ମାଲୁଦ ବସ୍ତିରେ ବିଦୁ୍ୟତ୍ ପୋଲ୍ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବୈଠକରେ ଟିପି ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡର ସିଇଓ ଅରବିନ୍ଦ ସିଂ, ସିଓଏସ୍ ମିଲନ କୁଲର୍କୀ, ଏସ୍ଇ ଚନ୍ଦନ ଦାଶ, ସୁଶାନ୍ତ ସାହୁ, ଛତ୍ରପୁର ଏସ୍ଡିଓ ଇଂ.ରାଜ କିଶୋର ବଲ୍ଲଭ, କୃଷ୍ଣପ୍ରସାଦ ବ୍ଲକ୍ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବିଜୟ କୁମାର ତରେଇ, ଅଞ୍ଚଳ କୁମାର ବିଶ୍ୱାଳ, କେଦାରନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।