ଭାଙ୍ଗିଦେଲେ ୩ଠଠ ବର୍ଷ ପୁରୁଣା ମନ୍ଦିର
ଅଲୱାର (ଏଜେନ୍ସି): ରାଜସ୍ଥାନର ଅଲୱାର ଜିଲ୍ଲାରେ ଥିବା ଏକ ୩ଠଠ ବର୍ଷ ପୁରୁଣା ଶିବ ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ସମ୍ପୂର୍ଣ୍ଣ ଧୂଳିସାତ୍ କରିଦିଆଯାଇଛି । ଏହାକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ବୁଲଡୋଜର ଦ୍ୱାରା ମନ୍ଦିର ଭଙ୍ଗାଯିବାକୁ ବିରୋଧ କରି ନଗର ପଞ୍ଚାୟତ ଅଧିକାରୀ ସବଡିଭିଜନାଲ ମାଜିଷ୍ଟ୍ରେଟ୍ ଏବଂ ରାଜଗଡ଼ ବିଧାୟକଙ୍କ ନାଁରେ ପୁଲିସ୍ କେସ୍ କରିବାକୁ ଦାବି କରାଯାଇଛି । ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ କାହା ବିରୋଧରେ ମାମଲା ରୁଜୁ କରାଯାଇନାହିଁ । ରାଜ୍ୟରେ ସମ୍ପ୍ରତି କଂଗ୍ରେସ ସରକାର ରହିଥିବା ବେଳେ ବିଜେପି ଶାସକ ଦଳକୁ ଏଥିପାଇଁ ଦାୟୀ କରିଛି । ଉତ୍ତରପ୍ରଦେଶ, ଦିଲ୍ଲୀରେ ଚାଲିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାର ପ୍ରତିଶୋଧ ନେବାକୁ ଯାଇ କଂଗ୍ରେସ ଏଠାରେ ଶିବ ମନ୍ଦିର ଉପରେ ବୁଲ୍ଡୋଜର ଚଳାଇଛି । ଅନ୍ୟପକ୍ଷେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଏହା ପୌରନିଗମ ଉପରେ ବିଜେପି କର୍ତ୍ତୃତ୍ୱ ରହିଥିବା ବେଳେ ଏସବୁ ବିଜେପି ନିଦେ୍ର୍ଦଶରେ ହୋଇଛି । ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇ ଦିଲ୍ଲୀ ଜାହାଙ୍ଗିରପୁରୀ ଭଳି ଅଘଟଣ ଘଟାଇବାକୁ ବିଜେପି ଷଡଯନ୍ତ୍ର କରିଛି ।
ମନ୍ଦିର ଭଙ୍ଗା ଭିଡିଓକୁ ପୋଷ୍ଟ କରି ବିଜେପି ନେତା ଅମିତ ମାଲବ୍ୟ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିକାଶ ନାଁରେ ୩ଠଠ ବର୍ଷର ପୁରୁଣା ମନ୍ଦିରକୁ ଭଙ୍ଗା ଯାଇଛି । କରୋଲି ଓ ଜାହାଙ୍ଗୀରପୁରୀ ଘଟଣାରେ କୁମ୍ଭୀର କାନ୍ଦଣା କାନ୍ଦିବା ଏବଂ ହିନ୍ଦୁ ଅ ।ସ୍ଥାକୁ କ୍ଷୁଣ୍ଣ କରିବା ହିଁ କଂଗ୍ରେସର ପ୍ରକୃତ ଧର୍ମନିରପେକ୍ଷତା ବୋଲି ସେ କହିଛନ୍ତି ।