ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ପରାମର୍ଶ

ବ୍ଲକ୍ସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା
ବ୍ରହ୍ମଗିରି (ଆପ୍ର): ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍ ଚିଲିକା ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଗୋପୀନାଥଦେବ ବିଦ୍ୟାପୀଠ, ଚାରିଛକ ପରିସରରେ ବ୍ଲକ୍ସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା ଶୁକ୍ରବାର ଉଦ୍ଘାଟିତ ହୋଇଛି । ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ ଉଦ୍ଘାଟନ କରିଥିଲେ । ଆଜିର ବିଜ୍ଞାନ ଯୁଗରେ ରୋଗକୁ କିଭଳି ଆୟତ୍ତ କରାଯାଇପାରିବ ସେ ନେଇ ଔଷଧ ପ୍ରସ୍ତୁ୍ତ କରାଯାଇଛି । ପୂର୍ବରୁ ଚିକିତ୍ସାର ସୁବିଧା ନ ଥିଲା । କିନ୍ତୁ ଏବେ ଘର ନିକଟରେ ଚିକିତ୍ସା ସୁବିଧା ସହିତ ଉନ୍ନତମାନର ଔଷଧ ମିଳୁଛି । ତେଣୁ କୌଣସି ରୋଗକୁ ଅବହେଳା ନ କରି ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।
ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଲାଗି ଅଙ୍ଗନୱାଡି ଦିଦି ଓ ଆଶା କର୍ମୀଙ୍କ ଗୁରୁଦାୟିତ୍ୱ ରହିଛି । ସେମାନଙ୍କ ଲାଗି ଆଜି ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ଓ ଶିଶୁମାନେ ମେଡିକାଲରେ ପହଞ୍ଚô ପାରୁଛନ୍ତି । ତେଣୁ ସେମାନଙ୍କ ଭୂମିକାକୁ ଭୁଲିହେବ ନାହିଁ । ସେହିଭଳି ଗ୍ରାମାଞ୍ଚଳରେ ରହି ସ୍ୱାସ୍ଥ୍ୟସେବା ଯୋଗାଉଥିବା ଡାକ୍ତରଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ।
ସେହିପରି ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ପ୍ରଣବ ଶଙ୍କର ଦାଶ, ଜିଲ୍ଲା ମୁଖ୍ୟ ଉପଚିକିତ୍ସାଧିକାରୀ ଡା. ଲଲାଟେନ୍ଦୁ ମିଶ୍ର, ଡିପିଏମ୍ ଟି. ନାରାୟଣ ରାଓ, କୃଷ୍ଣପ୍ରସାଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ ତରେଇ, କୃଷ୍ଣପ୍ରସାଦ ବିଡିଓ ମନୋଜ କୁମାର ନାୟକ, ସିଡିପିଓ ମନୋରମା ଦେବୀ, ଜିଲ୍ଲା ପରିଷଦ ସନ୍ଦୀପ କୁମାର ଜେନା, ଲକ୍ଷ୍ମୀଧର ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସନ୍ତୋଷ କୁମାର ବେହେରା, ବରିଷ୍ଠନେତା କେଦାରନାଥ ଜେନା, ବିଜୟ କୁମାର ତରେଇ ପ୍ରମୁଖ ଯୋଗଦେଇ ମେଗା ସ୍ୱାସ୍ଥ୍ୟମେଳା ଶିବିର ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ବ୍ଲକ୍ ସହକାରୀ ଯନ୍ତ୍ରୀ ଇଂ. ପ୍ରସନ୍ନ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ । ମେଗା ସ୍ୱାସ୍ଥ୍ୟମେଳାରେ ଆଖପାଖ ଅଞ୍ଚଳରୁ ପ୍ରାୟ ହଜାରେରୁ ଊଦ୍ଧ୍ୱର୍ ରୋଗୀ ସ୍ୱାସ୍ଥ୍ୟସେବାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ବ୍ଲକ୍ ପ୍ରୋଗ୍ରାମ ସ୍ୱାସ୍ଥ୍ୟ ଅଧିକାରୀ ସୁନିଲ କୁମାର ସାମନ୍ତସିଂହାର, ପିଏଚ୍ଇଓ ବାସନ୍ତୀ ପ୍ରଧାନ, ବିଏମ୍ ରୀତା ମଞ୍ଜରୀ ବେହେରା, ଶ୍ରୀଶ୍ରୀ ବାବା କମଳେଶ୍ୱର ଦେବ ଜନସେବା ସଙ୍ଘ, ଆଶା, ଅଙ୍ଗନବାଡ଼ି, କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *