୨ଠ୨୩ ସୁଦ୍ଧା କାନପୁର ଡ୍ୟାମ୍
କେନ୍ଦୁଝରରେ କ୍ଷେତ୍ରସ୍ତରୀୟ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଉଚ୍ଚସ୍ତରୀୟ ଟିମ୍
ଭୁବନେଶ୍ୱର/କେନ୍ଦୁଝର/ଯୋଡ଼ା (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଏବଂ ୫-ଟି ଶାସନ ସଚିବ ଭିକେ ପାଣ୍ଡିଆନ୍ କେନ୍ଦୁଝର ଜିଲ୍ଲାଗସ୍ତ କରି କାନପୁର ବୃହତ ଜଳସେଚନ ଡ୍ୟାମ୍ ନିର୍ମାଣ, ବିଦ୍ୟାଳୟ ରୂପାନ୍ତରଣ ଏବଂ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି ।
ଶୁକ୍ରବାର ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଜିଲ୍ଲାରେ ପହଞ୍ଚି କାନପୁର ଡ୍ୟାମ୍ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ ଓ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିବା ସହିତ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟାନ୍ୱୟନ ସଂସ୍ଥାଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଡ୍ୟାମ୍ ନିକଟସ୍ଥ ଜାତୀୟ ରାଜପଥ ପୋଲ କାର୍ଯ୍ୟ ସେପ୍ଟେମ୍ବର ସୁଦ୍ଧା ଶେଷ କରିବା ପାଇଁ ମଧ୍ୟ ଜାତୀୟ ରାଜପଥ ଯନ୍ତ୍ରୀମାନଙ୍କୁ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଛନ୍ତି ।
ସମୀକ୍ଷା ବୈଠକ ପରେ ଏହି ଟିମ୍ ସ୍ଥାନୀୟ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର ସୁଫଳ ବିଷୟରେ ଆଲୋଚନା, ମଧ୍ୟାହ୍ନ ଭୋଜନର ଗୁଣାତ୍ମକମାନ ଓ କ୍ରୀଡା ଭିତ୍ତିଭୂମି ଯାଞ୍ଚ କରିଛନ୍ତି ।
ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, କାନପୁର ଜଳ ସେଚନ ଡ୍ୟାମ୍ କାମ ୨୦୨୩ ଡିସେମ୍ବର ଶେଷସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା କେନାଲ୍ ଦ୍ୱାରା ପ୍ରାୟ ୩୦ ହଜାର ହେକ୍ଟର ଏବଂ ପାଇପ୍ ଯୋଗେ ଉଠା ଜଳସେଚନ ଦ୍ୱାରା ପ୍ରାୟ ୧୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ଯୋଡା ବ୍ଲକ୍ ବାସୁଦେବପୁରରେ ବୈତରଣୀ ଉପରେ ନିର୍ମାଣ ହେଉଥିବା ଏହି ଡ୍ୟାମ୍ ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଓ ଯୋଡ଼ାବ୍ଲକ୍ର ୨୪୪ ଗ୍ରାମର ଲୋକେ ଉପକୃତ ହେବେ ।
ଶ୍ରୀ ମହାପାତ୍ର କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ କେନ୍ଦୁଝର ଜିଲ୍ଲାର ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି । ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଘରକୁ ପାଇପ୍ ଯୋଗେ ଜଳଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । ଏଠାରେ ଉନ୍ନତ୍ତମାନର ସ୍ମାର୍ଟ କ୍ଲାସ୍ ରୁମ୍, ପରୀକ୍ଷାଗାର, ପୁସ୍ତକାଗାର, ହଷ୍ଟେଲ୍, ଖେଳ ପଡ଼ିଆ ଏବଂ ସବୁଜ ସୁନ୍ଦର ବିଦ୍ୟାଳୟ ପରିସର ସୃଷ୍ଟି କରାଯାଇଛି । ଏହି ପ୍ରକଳ୍ପ ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିବା ସହ ପ୍ରେରଣାଦାୟୀ ହୋଇଛି ବୋଲି ମୁଖ୍ୟ ସଚିବ କହିଥିଲେ ।
ଜିଲ୍ଲାପାଳ ଆଶିଷ ଠାକରେ, ଏସ୍ପି ମିତ୍ରଭାନୁ ମହାପାତ୍ର, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ଓଡ଼ିଶା ନିର୍ମାଣ ନିଗମ ପରି·ଳନା ନିଦେ୍ର୍ଦଶକ ବିଭୂତିଭୂଷଣ ଦାସ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି, କାନପୁର ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ପ୍ରଶନ୍ନ କୁମାର ପାଣି ପ୍ରମୁଖ ସମୀକ୍ଷା ନିମନ୍ତେ ତଥ୍ୟ ଉପସ୍ଥାପନ କରିଥିଲେ ।