ଏକୋଇଶିଆ ଭୋଜି ଖାଇ ୮ଠ ଅସୁସ୍ଥ

ଧାମନଗର (ଆପ୍ର): ଧାମନଗର ବ୍ଲକ୍ ଧୁଷୁରୀ ଥାନା ଅନ୍ତର୍ଗତ ହସନାବାଦ ପଞ୍ଚାୟତ ତଳଅସ୍ତକ ଗ୍ରାମ ବେହେରା ସାହିର ଏକୋଇଶିଆ ଭୋଜି ଖାଇ ପ୍ରାୟ ୮୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଅଛନ୍ତି ।
ଗୁରୁବାର ରାତିରେ ତଳଅସ୍ତକ ବେହେରା ସାହିର ଦଶରଥ ବେହେରାଙ୍କ ନାତିର ଏକୋଇଶିଆ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜା ଅବସରରେ ୨୦୦ରୁ ଅଧିକ ଲୋକ ଭୋଗ ଖାଇଥିଲେ । ଭୋଗ ଖାଇ ୮୦ରୁ ଅଧିକ ଲୋକ ଝାଡ଼ା-ବାନ୍ତିି ଓ ମୁଣ୍ଡ ବିନ୍ଧାର ଶିକାର ହୋଇଥିଲେ । ପଡ଼ୋଶୀ ଯାଜପୁର ଜିଲ୍ଲା ମଙ୍ଗଳପୁର ଡାକ୍ତରଖାନାରେ ୪୫ରୁ ଅଧିକ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୫ରୁ ଅଧିକ ଏବଂ ଧୁଷୁରୀ ଡାକ୍ତରଖାନାରେ ପ୍ରାୟ ୧୦ରୁ ଅଧିକ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ସରପଞ୍ଚ ଅଜୟ ମଲ୍ଲିକ, ସ୍ୱାସ୍ଥ୍ୟକର୍ମୀ ତେଜସ୍ୱିନୀ ଦାସ, ଅନିତା ବେହେରା, ତାପସ ତରାଇ, ଆଶାକର୍ମୀ ମାଳତି ମଲ୍ଲିକ ଏବଂ ଭଦ୍ରକରୁ ଏକ ସ୍ୱତନ୍ତ୍ର ଡାକ୍ତର ଟିମ୍ ଗାଁକୁ ଯାଇ ଚିକିତ୍ସା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *