ଟାଟା ପାୱାର ଅଫିସ୍ ଘେରିଲା ସିପିଆଇ
ବିଦୁ୍ୟତ୍କାଟ୍୍କୁ ବିରୋଧ, ୨ଠଠ ୟୁନିଟ୍ ମାଗଣା ବିଜୁଳି ଦାବି
ଭୁବନେଶ୍ୱର (ବୁ୍ୟରୋ): ସମଗ୍ର ରାଜ୍ୟରେ ଅଘୋଷିତ ବିଦୁ୍ୟତ୍ କାଟ ବନ୍ଦ କରିବା, କମ୍ପାନୀରାଜ ବନ୍ଦ କରି ରାଜ୍ୟ ସରକାର ବିଦୁ୍ୟତ୍କୁ ନିଜ ହାତକୁ ନେବା, ରାଜ୍ୟ ବିଦୁ୍ୟତ୍ ବୋର୍ଡକୁ ପୁର୍ନବାହାଲ କରିବା ଏବଂ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ମାଗଣା ବିଜୁଳି ଯୋଗାଇଦେବା ଦାବିରେ ସିପିଆଇ ପକ୍ଷରୁ ରାଜ୍ୟବ୍ୟାପୀ ବିଦୁ୍ୟତ୍ ଅଫିସ୍ ଘେରାଉ ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରଠାରେ ‘ଟାଟା ପାୱାର’ର ସିଇଓଙ୍କ ଅଫିସ୍ ଘେରାଉ କରାଯାଇଛି । ସିପିଆଇର ଶହ ଶହ କର୍ମୀ ହାତରେ ଦଳୀୟ ପତାକା, ଫେଷ୍ଟୁନ୍ ଓ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡମାନ ଧରି ରାଜଭବନ ଛକ ନିକଟରେ ରୁଣ୍ଡ ହୋଇଥିଲେ । ସେଠାରୁ ଏକ ଶୋଭାଯାତ୍ରା ବାହାରି ପାୱାର ହାଉସ୍ ଛକରେ ଥିବା ଟାଟା ପାୱାର ସିଇଓ ଅଫିସ୍ ନିକଟରେ ପହଞ୍ଚô ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ସେଠାରେ ସିପିଆଇ ଜୋନ ସମ୍ପାଦକ ସୁର ଜେନା ଉଦ୍ବୋଧନ ଦେଇ ଟାଟା କମ୍ପାନୀ ଆସିବା ପରେ ବିଦୁ୍ୟତ୍ କ୍ଷେତ୍ରରେ ଘୋର ଅରାଜକ ପରିସ୍ଥିତି ସୃଷ୍ଟି ହୋଇଛି; ଗ୍ରୀଷ୍ମଋତୁରେ ଘଣ୍ଟା ଘଣ୍ଟା ଧରି ବିଦୁ୍ୟତ୍ କାଟ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଓ ମନଇଚ୍ଛା ବିଲ୍ ଆସୁଛି ବୋଲି ଅଭିଯୋଗ କରି ରାଜ୍ୟ ସରକାର ଟାଟା କମ୍ପାନୀକୁ ବିଦା କରି ବିଜୁଳିକୁ ନିଜ ହାତକୁ ନେବା ପାଇଁ ଦାବି କରିଥିଲେ । ବିକ୍ଷୋଭ ପରେ ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ଟାଟା ପାୱାର (ବଣ୍ଟନ) ସିଇଓଙ୍କୁ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ ପରିଷଦ ସଭ୍ୟ ବିଜୟ ଜେନା, ଜୋନ ସହସମ୍ପାଦକ କୈଳାସ ପୁହାଣ ପ୍ରମୁଖ ଏହି ଆନେ୍ଦାଳନର ନେତୃତ୍ୱ ନେଇଥିଲେ ।