ଗଞ୍ଜାମ ବଡି ବିଲ୍ଡରଙ୍କୁ ୫ ସ୍ୱର୍ଣ୍ଣ, ୧ରୌପ୍ୟ ଓ ୧ କାଂସ୍ୟ
ମିଷ୍ଟର ୟୁନିଭର୍ସ ଓ ମିଷ୍ଟର ଇଣ୍ଡିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା
ବ୍ରହ୍ମପୁର (ବୁ୍ୟରୋ): ଇଣ୍ଟର ନାସନାଲ୍ ଫେଡେରେସନ୍ ଅଫ୍ ବଡିବିଲ୍ଡିଂ ଓ ଫିଟନେସ୍ ଏବଂ ଇଣ୍ଡିଆନ ବଡିବିଲ୍ଡିଂ ଏଣ୍ଡ ଫିଟନେସ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ମହାରାଷ୍ଟ୍ରର ପୁନେରେ ଚଳିତ ମାସ ୧୫ରୁ ୧୯ତାରରିଖ ପର୍ଯ୍ୟନ୍ତ ମିଷ୍ଟର ୟୁନିଭର୍ସ ଓ ମିଷ୍ଟର ଇଣ୍ଡିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ବଡି ବିଲ୍ଡିଂ ଆସୋସିଏସନ୍ ପକ୍ଷରୁ ୬ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ପ୍ରତିଯୋଗୀ ମିଷ୍ଟର ୟୁନିଭର୍ସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଦୁଇ ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିବା ବେଳେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ୩ସ୍ୱର୍ଣ୍ଣ, ୧ରୌପ୍ୟ ଓ ୧ କାସ୍ୟଂ ପଦକ ଅର୍ଜନ କରି ଗଞ୍ଜାମ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଗୁରୁବାର ଗଞ୍ଜାମ ଜିଲ୍ଲା ବଡି ବିଲ୍ଡିଂ ଆସୋସିଏସନ୍ କୋଚ୍ କିଶୋର ଚନ୍ଦ୍ର ବିଷୋୟୀଙ୍କ ସମେତ ସମସ୍ତ ପ୍ରତିଯୋଗୀ ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ କରିଥିଲେ ।
ଏହି ପ୍ରତିଯୋଗିତାରେ ଅସିତ କୁମାର ମଲ୍ଲ ମିଷ୍ଟର ୟୁନର୍ଭସରେ ୧୭୫ ସେମିରୁ ଊଦ୍ଧ୍ୱର୍ ବର୍ଗରେ ମେନ କ୍ଲାସିକ ଫିଜକରେ ସ୍ୱର୍ଣ୍ଣ ଓ ମିଷ୍ଟର ଇଣ୍ଡିଆ ମେନ କ୍ଲାସିକ ବଡି ବିଲ୍ଡିଂରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି । ସେହିପରି ଚନ୍ଦନ କୁମାର ପାଣିଗ୍ରାହୀ ମିଷ୍ଟର ଇଣ୍ଡିଆ ୫୫କେଜି ବର୍ଗ ବଡି ବିଡ୍ଲିଂରେ ସ୍ୱର୍ଣ୍ଣ, ସୁନୀଲ କୁମାର ସେଠୀ ମିଷ୍ଟର ୟୁନିଭର୍ସ ୧୮୦ସେମିରୁ ଊଦ୍ଧ୍ୱର୍ ମେନ କ୍ଲାସିକ ଫିଜିକରେ ସ୍ୱର୍ଣ୍ଣ, ମିଷ୍ଟର ଇଣ୍ଡିଆ ମେନ କ୍ଲାସିକ ବଡି ବିଲ୍ଡିଂ ଓ କ୍ଲାସିକ ଫିଜିକରେ ସ୍ୱର୍ଣ୍ଣ, ସନ୍ତୋଷ କୁମାର ମିଷ୍ଟର ଇଣ୍ଡିଆ ୧୬୮ସେମିରୁ ଉଦ୍ଧ୍ୱର୍ କ୍ଲାସିକ ଫିଜିକରେ କାଂସ୍ୟ ପଦକ ହାସଲ କରିଛନ୍ତି । ପ୍ରତ୍ୟାବର୍ତ୍ତନ ପରେ ବ୍ରହ୍ମପୁର ରେଳ ଷ୍ଟେଶନ୍ରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଡେପୁଟି ମେୟର ଇ.ବିବେକ ରେଡ୍ଡି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବଡି ବିଲ୍ଡିଂ ସଂଘ ସଭାପତି ଆନନ୍ଦ ମହାଙ୍କୁଡ, କୋଷାଧ୍ୟକ୍ଷ ଉଦୟ ମଲିକ, ଉପସଭାପତି ଅନନ୍ତ ମହାଙ୍କୁଡ, ଉପଦେଷ୍ଟା ବରୁଣ କୁମାର ପାଣିଗ୍ରାହୀ, କାର୍ଯ୍ୟକାରିଣୀ ସମ୍ପାଦକ ଏସ୍.ଧର୍ମା ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ବଡି ବିଲ୍ଡିଂ ସଂଘ ଓ ବିଜେଡି ଯୁବ ନେତା ଏ. ସନ୍ତୋଷ ପାତ୍ରଙ୍କ ସହଯୋଗରେ ଚୃତୀ ପ୍ରତିଯୋଗୀ ମାନେ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରିଥିଲେ । ଗଞ୍ଜାମ ଜିଲ୍ଲା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀଙ୍କ ସଫଳତାରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।