୫-୧୨ ବର୍ଷର ପିଲାଙ୍କୁ ଟିକା
କୋର୍ବିଭାକ୍ସକୁ ଏସ୍ଇସିର ମଞ୍ଜୁରି
ନୂଆଦିଲ୍ଲୀ, ୨୧ା୪: ଓମିକ୍ରନ୍ ଭାଇରସ୍ର ନୂଆ ଭାରିଏଣ୍ଟ୍ ଶିଶୁଙ୍କଠାରେ ଅଧିକ ସଂକ୍ରମିତ ହେଉଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ୫ରୁ ୧୨ ବର୍ଷ ବୟସ ବର୍ଗର ପିଲାମାନଙ୍କୁ କୋର୍ବିଭାକ୍ସ ଟିକା ଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନ ସ୍ୱାସ୍ଥ୍ୟ ସେବା ମହାନିଦେ୍ର୍ଦଶାଳୟର ବିଷୟ ବିଶେଷଜ୍ଞ କମିଟି (ସବ୍ଜେକ୍ଟ୍ ଏକ୍ସପର୍ଟ କମିଟି – ଏସ୍ଇସି) ସୁପାରିସ କରିଛି । ଗୁରୁବାର ମଧ୍ୟାହ୍ନରେ ଅନୁଷ୍ଠିତ ଏସ୍ଇସି ବୈଠକରେ ବାୟୋଲଜିକାଲ୍ ଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋର୍ବିଭାକ୍ସ ଟିକା ଏବଂ ୫-୧୨ ବୟସର ପିଲାଙ୍କ ଠାରେ ତାହାର ପ୍ରୟୋଗ ସମ୍ବନ୍ଧୀୟ ତଥ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇ ସରକାରଙ୍କୁ ଉକ୍ତ ଟିକା ସପକ୍ଷରେ ସୁପାରିସ କରାଯାଇଛି ।
ସବ୍ଜେକ୍ଟ୍ ଏକ୍ସପର୍ଟ କମିଟିର ସୁପାରିସ ଭାରତର ଔଷଧି ମାନକ ମହାନିଦେ୍ର୍ଦଶକ (ଡିସିଜିଆଇ)ଙ୍କ ନିକଟକୁ ପଠାଯାଇଛି । ଡିସିଜିଆଇ ସମ୍ମତି ଦେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୫-୧୨ ବୟସର ପିଲାଙ୍କୁ କୋର୍ବିଭାକ୍ସ ଟିକା ଦେବା ସ୍ୱ ପୃଷ୍ଠା: ୫
୫-୧୨ ବର୍ଷର…
ସମ୍ବନ୍ଧୀୟ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏବେ କେବଳ ୧୨-୧୪ ବର୍ଷର ପିଲାଙ୍କୁ କୋର୍ବିଭାକ୍ସ ଟିକା ଦିଆଯାଉଛି । ଚଳିତ ବର୍ଷ ଜାନୁଆରୀ ୩ରୁ ୧୫-୧୮ ବର୍ଷର ପିଲାଙ୍କୁ କୋଭିଡ୍ ନିରୋଧୀ ଟିକା ଦେବା ଆରମ୍ଭ କରାଯାଇଥିଲା । ମାର୍ଚ୍ଚ ୧୬ରେ ୧୨ରୁ ଅଧିକ ବୟସର ପିଲାଙ୍କୁ ଟିକାଦେବା କାର୍ଯ୍ୟକ୍ରମ ଆରମ୍ଭ ହେଲା ।
ଏବେ ଦେଶରେ ୧୨ରୁ ଅଧିକ ବୟସର ପିଲାଙ୍କୁ ୨ ପ୍ରକାର କୋଭିଡ୍-୧୯ ଟିକା ଦିଆଯାଉଛି । ୧୫-୧୮ ବୟସ ଶ୍ରେଣୀର ପିଲାଙ୍କୁ ଦିଆଯାଉଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା । ଏହି ଟିକାକରଣ କାର୍ଯ୍ୟକ୍ରମ ଉଭୟ ସରକାର ଓ ବେସରକାରୀ କେନ୍ଦ୍ରରେ ଚାଲିଛି । କିନ୍ତୁ କୋର୍ବିଭାକ୍ସ ଟିକା କେବଳ ସରକାରୀ କେନ୍ଦ୍ର ଗୁଡ଼ିକରେ ୧୨-୧୪ ବର୍ଷର ପିଲାଙ୍କୁ ଦିଆଯାଉଛି । କୋର୍ବିଭାକ୍ସ ଭାରତର ସ୍ୱଦେଶୀ ଟିକା । ହେପାଟାଇଟସ୍-ବି ଟିକା ପ୍ରପ୍ତୁତି ପାଇଁ ବହୁବର୍ଷ ହେଲା ଯେଉଁ ପ୍ରଯୁକ୍ତି (ରିସେପ୍ଟର ବାଇଣ୍ଡିଂ ଡୋମେନ ବା ଆର୍ବିଡି) ଅବଲମ୍ବନ କରାଯାଇ ଆସୁଛି, ଠିକ୍ ସେହି ପଦ୍ଧତିରେ ପ୍ରୋଟିନ୍ ସବ୍-ୟୁନିଟ୍ ଟିକା (କୋର୍ବିଭାକ୍ସ) ପ୍ରସ୍ତୁତ ହୋଇଛି । କୋର୍ବିଭାକ୍ସର ୨ଟି ଡୋଜ୍ ୨୮ଦିନ ବ୍ୟବଧାନରେ ଦିଆଯାଉଛି ।