ଗ୍ରୀଷ୍ମରେ ବିଦୁ୍ୟତ୍ ଝଟ୍କା

ଭୁବନେଶ୍ୱର,୨୧ା୪(ବୁ୍ୟରୋ): ବିଦୁ୍ୟତ୍ କ୍ଷେତ୍ରରେ ବଳକା ରାଜ୍ୟ ବୋଲି ସରକାର ଦାବି କରୁଥିବାବେଳେ ଖରାଦିନେ ରାଜ୍ୟର କେତେକ ଜିଲ୍ଲାରେ ପାୱାରକଟ୍କୁ ନେଇ ଚିନ୍ତା ବଢ଼ିଲାଣି । ଗୋଟେପଟେ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଛଟପଟ ହେଉଥିବାବେଳେ ଅନ୍ୟପଟେ ଅଘୋଷିତ ବିଦୁ୍ୟତ୍ କାଟ ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଦେଉଛି । ଏ ପରିପ୍ରେକ୍ଷୀରେ ଆଗକୁ ମଧ୍ୟ ପାୱାରକଟ୍ ଜାରି ରହିବ ବୋଲି ବିଦୁ୍ୟତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର କମ୍ପାନୀ ପକ୍ଷରୁ କୁହାଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡ୍ରିଷ୍ଟ୍ରିବୁ୍ୟସନ୍‌ ଲିଃ(ଟିପିସିଓଡିଏଲ)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସେନ୍‌ ବାଗମ୍ ମାନଥିରାମ ଟିପିସିଓଡିଏଲ୍‌ ଅଞ୍ଚଳରେ ପାୱାର କଟ୍‌ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟିପିସିଓଡିଏଲ୍‌ ଅଞ୍ଚଳରେ ଅସ୍ଥାୟୀ ଭାବେ ପାୱାର କଟ୍‌ ଜାରି ରହିବ । କିଛି ଅଞ୍ଚଳରେ ଅଧ ଘଣ୍ଟାରୁ ୪୫ମିନିଟ୍‌ ପର୍ଯ୍ୟନ୍ତ ବିଦୁ୍ୟତ କାଟ୍‌ ହେବ । କମ୍ପାନୀର ଏହି ଅଞ୍ଚଳରେ ମୋଟ ୨୭.୯୬ଲକ୍ଷ ବିଦୁ୍ୟତ ଗ୍ରାହକ ଅଛନ୍ତି । ସମସ୍ତଙ୍କୁ ଉତ୍ତମ ଗୁଣାତ୍ମକ ବିଦୁ୍ୟତ ସେବା ଯୋଗାଇ ଦିଆଯିବ । ୧୦୦ଟି ଏଚ୍ଟି ଟ୍ରାନ୍ସଫର୍ମର ମରାମତି ହୋଇଛି । ଲୋ-ଭୋଲ୍ଟେଜ୍‌ ସମସ୍ୟା ଥିବା ଅଞ୍ଚଳ ଚିହ୍ନଟ କରାଯାଇଛି । ଚଳିତବର୍ଷ ପିକ୍‌ ଆୱାରରେ ୧୫୪୫ ୱାଟ୍‌ ବିଦୁ୍ୟତ୍ ଆବଶ୍ୟକ । ଜଳବିଦୁ୍ୟତ ଉତ୍ପାଦନ ୩୦୦ ମେଗାୱାଟ୍‌ ହ୍ରାସ ପାଇଛି । ତେବେ ତାପଜ ବିଦୁ୍ୟତ ଉତ୍ପାଦନ ପାଇଁ ଓଡ଼ିଶାରେ କୋଇଲା ମହଜୁଦ୍‌ ରହିଛି । କୋଇଲା ସଙ୍କଟ ନେଇ ଓଡ଼ିଶାରେ ବିଦୁ୍ୟତ ଯୋଗାଣରେ ବାଧା ରହିବ ନାହିଁ । ଗତ ମାର୍ଚ୍ଚ ସୁଦ୍ଧା କମ୍ପାନୀର ବିଦୁ୍ୟତ ଗ୍ରାହକ ୯ ପ୍ରତିଶତ ବୃଦ୍ଧି ପାଇଛି । ଟିପିସିଓଡିଏଲ୍‌ ଯୋଗାଉଥିବା ମିଟରରେ କୌଣସି ତ୍ରୁଟି ନାହିଁ । ମିଟର ନେଇ ଉଠୁଥିବା ଅଭିଯୋଗ ଅମୂଳକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *