ପାଣି ଟୋପାଏ ପାଇଁ ବିକଳ

ଫିରିଙ୍ଗିଆ (ଆପ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର କଷ୍ଟକୁ ଦ୍ୱିଗୁଣିତ କରୁଛି ଜଳ କଷ୍ଟ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗଯୋଡି ପଂଚାୟତ ଡାଡିଲେଇ ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ୫୦ରୁ ଊଦ୍ଧ୍ୱର୍ ପରିବାର ବାସ କରୁଥିବା ଏହି ଗାଁ ରେ ଗୋଟିଏ ନଳକୂଅ ଓ ଦୁଇଟି କୁଅ ଅଛି । କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଦିର୍ଘ ଦିନ ଧରି ନଳକୂଅ ମରାମତି ହୋଇନପାରି ଅନୁପଯୋଗୀ ଅବସ୍ଥାରେ ରହିଛି ।
ଦୁଇଟି କୁଅ ମଧ୍ୟରୁ ଗୋଟିଏ ଶୁୁଖିଯାଇଛି ଓ ଅନ୍ୟଟି ଭାଙ୍ଗିରୁଜି ଯାଇଛି । ଏହି ଭଙ୍ଗା କୁଅ ଲୋକଙ୍କ ୫୦ ପରିବାରଙ୍କ ଜୀବନ ହୋଇଛି । ଏହି ଭଙ୍ଗା କୁଅ ନିକଟରେ ପାଣି ପାଇଁ ମହିଳାଙ୍କ ଲମ୍ବା ଲାଇନ ଲାଗୁଛି । ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ଅଧିକ ହେବା ଆଶଙ୍କା ରହିଛି । ସେହିପରି କୁଅର ଜଳ ସ୍ତର ମଧ୍ୟ ହ୍ରାସ ପାଉଛି ।ସ୍ଥାନୀୟ ଲୋକେ ବାରମ୍ବାର ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଯାଏ ଅଚଳ ନଳକୂଅ ଓ ଦୁଇ କୁଅର ମରାମତି ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଜଳ ସମାଧାନ ନ ହେଲେ ଆନେ୍ଦାଳନ ହେବ ବୋଲି କୈଳାଶ କହଁର, ଆନେ୍ଦଶ୍ୱର କହଁର, କରିସ୍ମା ମଲ୍ଲିକ, ଶୁଶିଳା କହଁର ପ୍ରମୁଖ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *