ଜମିହରାଙ୍କୁ କମ୍ପାନୀରେ ନିଯୁକ୍ତି ଦାବି
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କୁରୁଣ୍ଟିଠାରେ ଅବସ୍ଥିତ ବିଆରଜି କାରଖାନାକୁ ରିମଝିମ କାରଖାନା ପରିଚାଳନା ଦାୟିତ୍ୱ ନେବାପରେ ସମସ୍ତ ଜମିହରା ପ୍ରଜା ଏବଂ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ଓଡାପଡା ବ୍ଲକ କୁରୁୂଣ୍ଟି ଠାରେ ୨୦୦୩ ମସିହାରେ ବିଆରଜି ଆଇରନ ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମିଟେଡ ସ୍ଥାପନ ହେବା ସହିତ ୨୦୦୫ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜମି ଅଧିଗ୍ରହଣ ସମୟରେ ଗ୍ରାମବାସୀଙ୍କୁ ସମସ୍ତ ପ୍ରକାରସୁବିଧା ସୁଯୋଗ ଯୋଗାଇ ଦେବା ସହିତ ଯୋଗ୍ୟତା ଭିତ୍ତିରେ ନିଯୁ୍କ୍ତି ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲା । ସେହି ଆଧାରରେ ଜମିହରା ପ୍ରଜାମାନେ ନିଯୁକ୍ତି ପାଇବା ସହିତ ୨୦୨୧ ମସିହା ପର୍ଯ୍ୟନ୍ତ କାର୍ଯକରି ଆସୁଥିଲେ । ଏହି କାରଖାନା କ୍ଷତିରେ ଚାଲୁ୍ଥିବା ଦର୍ଶାଇ ରିମଝିମ ନାମକ ଏକ କାରଖାନା ଏହାର ପରିଚାଳନା ଦାୟିତ୍ୱ ହସ୍ତାନ୍ତର ହୋଇଛି । ଜମିହରା ପ୍ରଜାମାନେ ଦରମା ସହିତ ଅନ୍ୟାନ୍ୟ ବକେୟା ପ୍ରଦାନ କରିବାକୁ ଦାବି କରିଥିଲେ । ଇତି ମଧ୍ୟରେ ରମିଝିମ କାରଖାନା ସମସ୍ତ ପ୍ରକାର କାର୍ଯ୍ୟ ଶେଷ କରିବା ସହିତ ନିକଟରେ ଉତ୍ପାଦନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷିରେ ସମସ୍ତ ଜମିହରା ପ୍ରଜାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦାବୀ କରି ପ୍ରଜାମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଗତ ଏପି୍ରଲ ୧୮ ତାରିଖରେ ପ୍ରଜାମାନଙ୍କୁ ସହିତ ବିଆରଜି କାରଖାନା ସହିତ ଏକ ଏମଓୟୁ ସ୍ୱାକ୍ଷର କରିଥିବାର ଜଣାପଡିଛି । ଜମିହରା ପ୍ରଜାମାନଙ୍କୁ ରିମଝିମ କାରଖାନାରେ ତୁରନ୍ତ ନିଯୁକ୍ତି ପ୍ରଦାନସହିତ ସମସ୍ତ ବକେୟା ଦେୟ ପ୍ରଦାନ କରିବାକୁ ଦାବୀ ହୋଇଛି ।