୮୮୪ ମାମଲା ଫଇସଲା

୨ଠ୨୧ର ତୃତୀୟ ବାର୍ଷିକ ଲୋକାୟୁକ୍ତ ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ
ଭୁବନେଶ୍ୱର (ବୁ୍ୟରୋ): ବର୍ଷ ୨ଠ୨୧ର ତୃତୀୟ ବାର୍ଷିକ ଲୋକାୟୁକ୍ତ ରିପୋର୍ଟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ପ୍ରଦାନ କରାଯାଇଛି । ଲୋକାୟୁକ୍ତ ଅଧ୍ୟକ୍ଷ ଏବଂ ସଦସ୍ୟ ରାଜ୍ୟପାଳଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିଥିଲେ । ଏହି ଅବସରରେ ଆଲୋଚନା ସମୟରେ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ଜଣାଇଥିଲେ ଯେ ମହାମାରୀ ସତ୍ତ୍ୱେ ୨ଠ୨୧ରେ ମୋଟ୍ ୮୮୪ଟି ମାମଲାର ସମାଧାନ କରାଯାଇଛି । ଓଡ଼ିଶା ଲୋକାୟୁକ୍ତ (ଅଭିଯୋଗ ଦାଖଲ ପ୍ରଣାଳୀ) ନିୟମ, ୨ଠ୨ଠରେ ରହିଥିବା ବ୍ୟବସ୍ଥା କିପରି ଲୋକଙ୍କୁ ସମସ୍ୟାରେ ପକାଉଛି; ସେ ସମ୍ପର୍କରେ ଲୋକାୟୁକ୍ତ ଅଧ୍ୟକ୍ଷ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ୟାର ସମାଧାନ ପାଇଁ ଏହାକୁ ପରିବର୍ତ୍ତନ କରି ଅଧିକ ସରଳ କରିବାକୁ ଲୋକାୟୁକ୍ତ ରାଜ୍ୟ ସରକାରଙ୍କୁ ସୁପାରିସ୍ କରିଛନ୍ତି । ଯାହାଫଳରେ ଦୁର୍ନୀତି ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଆବେଦନ ପାଇଁ ଲୋକେ ଅଧିକ ଆଗ୍ରହ ପ୍ରକାଶ କରିବେ ।
ଏହି ରିପୋର୍ଟ ପ୍ରଦାନ ଅବସରରେ ସଦସ୍ୟ (ନ୍ୟାୟିକ) ଜଷ୍ଟିସ୍ ବିଜୟ କୁମାର ନାୟକ, ଡ. ଦେବବ୍ରତ ସ୍ୱାଇଁ ଏବଂ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *