ଏଏସ୍ଆଇ-ସରକାର ଏକାଠି କାମ କରନ୍ତୁ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ସଂସଦୀୟ କମିଟି
ପୁରୀ, ୨୧ା୪ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସଂସଦୀୟ ଟିମ୍ ପ୍ରଶଂସା କରିଛନ୍ତି । ଶ୍ରୀମନ୍ଦିର ପାରିପାଶ୍ୱିର୍କ ଉନ୍ନୟନ ଓ ବିକାଶ କାର୍ଯ୍ୟ ଠିକ୍ ·ଲିଛି ବୋଲି ଜି ଭେଙ୍କଟେଶଙ୍କ ନେତୃତ୍ୱରେ ଆସିଥିବା ସଂସ୍କୃତି, ପର୍ଯ୍ୟଟନ ଓ ପରିବହନ ବିଭାଗ ସଂସଦୀୟ ସ୍ଥାୟୀ କମିଟି କାର୍ଯ୍ୟ ଅନୁଧ୍ୟାନ ପରେ କହିଛନ୍ତି ।
ସଂସଦୀୟ ଷ୍ଟାଣ୍ଡିଂ କମିଟି ଗୁରୁବାର ପୁରୀରେ ପହଞ୍ଚିବା ପରେ ପ୍ରଥମେ ରତ୍ନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଜାରି ରହିଥିବା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଗଣମାଧ୍ୟମକୁ ସୁଚନା ଦେଇ କମିଟି ସଦସ୍ୟମାନେ କହିଛନ୍ତି, ମହାପ୍ରଭୁଙ୍କ କାର୍ଯ୍ୟକୁ ସ୍ୱାଗତ କରାଯାଉଛି । ପ୍ରକଳ୍ପ ଯୋଗୁ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିବେ । ଉଭୟ ଏଏସ୍ଆଇ ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । କମିଟି ସଦସ୍ୟ ଶମ୍ଭାଜୀ ଛତ୍ରପତି କହିଛନ୍ତି ଯେ, ଶ୍ରଦ୍ଧାଳୁଙ୍କ ସୁବିଧା ଓ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନକୁ ସରକାର ଗୁରୁତ୍ୱ ଦେବା ଆବଶ୍ୟକ । ଜଣେ ଭକ୍ତ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଭଲରେ ଦର୍ଶନ କରି ଫେରିପାରିବ ତାହା ଉପରେ ଦୃଷ୍ଟି ଦିଆଯାଉ । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆହୁରି ଅଧିକ ଉନ୍ନତି ହେବା ଆଶ୍ୟକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ ବୋଲି କମିଟରି ଅନ୍ୟତମ ସଦସ୍ୟ ରାମ ଦାସ ତଡାସ କହିଛନ୍ତି ।
ଏହି କମିଟିରେ ୨୨ଜଣ ସଦସ୍ୟ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ସାଂସଦ ଓ ୬ଜଣ ଅଧିକାରୀ ରହିଛନ୍ତି । ଏଏସ୍ଆଇ ଏଡିଜି ଟିମ୍ ସହିତ ଆସିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କେନ୍ଦ୍ରକରି ବିବାଦ ମୁଣ୍ଡ ଟେକିଛି । ଗୋଟିଏ ପଟେ ଏଏସ୍ଆଇ ଶହେ ମିଟର ପରିଧି ମଧ୍ୟରେ କୌଣସି ସ୍ଥାୟୀ ନିର୍ମାଣ କରିବାକୁ ଅନୁମତି ଦେଇ ନ ଥିବା ବେଳେ ଅନ୍ରପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି ବୋଲି କୁହାଯାଇଛି । ଏହାକୁ ନେଇ ବିବାଦ ହେବା ସହିତ ହାଇକୋର୍ଟରେ ମଧ୍ୟ ମାମଲା ବିଚାରଧୀନ ରହିଛି । ସଂସଦୀୟ କମିଟି ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବା ପରେ ଏହା ଉପରେ ଜୋରଦାର ଚର୍ଚ୍ଚା ଜୋର ଚାଲିଛି ।