ଦୁଇ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଫି ଟେବୁଲ୍ ପୁସ୍ତକ ‘ଦି ମ୍ୟାଜିକ୍ ଅଫ୍ ମଙ୍ଗଳାଯୋଡ଼ି’ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମଙ୍ଗଳାଯୋଡ଼ିକୁ ଲକ୍ଷ ଲକ୍ଷ ପ୍ରବାସୀ ପକ୍ଷୀଙ୍କ ଆଶ୍ରୟସ୍ଥଳୀ ଭାବେ ବର୍ଣ୍ଣନା କରିର କହିଛନ୍ତି, ପ୍ରତିବର୍ଷ ଶୀତଋତୁରେ ପକ୍ଷୀ ତଥା ବନ୍ୟଜନ୍ତୁଙ୍କ ପାଇଁ ଏହି ସ୍ଥାନ ସ୍ୱର୍ଗରେ ପରିଣତ ହୁଏ । କଫି ଟେବୁଲ୍ ପୁସ୍ତକ ମାଧ୍ୟମରେ ମଙ୍ଗଳାଯୋଡ଼ି ଆର୍ଦ୍ରଭୂମି ଉପରେ ଏହି ପୁସ୍ତକ ଲେଖିଥିବାରୁ ଖ୍ୟାତନାମା ବନ୍ୟଜନ୍ତୁ ଫଟୋଗ୍ରାଫର ଅବିନାଶ ଖେମକାଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି ।
ଏହି ପୁସ୍ତକ ଅବିନାଶ ଖେମ୍କାଙ୍କ ଫଟୋଗ୍ରାଫି ଉପରେ ୧ଠ ବର୍ଷର ଗଭୀର ପ୍ରୟାସର ଫଳାଫଳ । ଏହି ପୁସ୍ତକରେ ଆର୍ଦ୍ରଭୂମି, ଏହାର ବାସସ୍ଥାନ ଏବଂ ଜୈବ ବିବିଧତା, ବାସିନ୍ଦା ତଥା ସ୍ଥାନାନ୍ତରିତ ପକ୍ଷୀ, ଚିଲିକା ମଇଁଷି, ଗ୍ରାମ୍ୟ ଜୀବନ ଏବଂ ସୁସଙ୍ଗତ ସହଭାଗିତାର ଚିତ୍ରଗୁଡ଼ିକର ସଂଗ୍ରହ ରହିଛି । ଓଡ଼ିଶା ପର୍ଯ୍ୟଟନ ଦ୍ୱାରା ସମର୍ଥିତ କଫି ଟେବୁଲ ପୁସ୍ତକ ସଙ୍ଗ ଅଫ୍ ଦି ୱାଇଲ୍ଡ ଦ୍ୱାରା ପ୍ରକାଶିତ ହୋଇଛି ।
ସେହିପରି ମୁଖ୍ୟମନ୍ତ୍ରୀ ‘ଦି ଶିଖ୍ ହିଷ୍ଟ୍ରୀ ଅଫ୍ ଇଷ୍ଟ୍ ଇଣ୍ଡିଆ’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଅବିନାଶ ମହାପାତ୍ରଙ୍କ ୮ଟି ପୁସ୍ତକର ଏହା ହେଉଛି ଏକ ସଂକଳନ । ପଞ୍ଜାବୀ ଗ୍ଲୋବାଲ୍ ଫାଉଣ୍ଡେସନ୍ର ଓଡ଼ିଶା ଚାପ୍ଟର, ବାଲେଶ୍ୱର ଦ୍ୱାରା ଏହି ପୁସ୍ତକଟି ପ୍ରକାଶିତ ହୋଇଛି । ବିହାର, ଆସାମ, ବାଂଲାଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକ୍କିମ୍, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଶିଖ୍ ଇତିହାସ ଉପରେ ପୁସ୍ତକରେ ଦର୍ଶାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *