ଚନ୍ଦ୍ରଭାଗା ମେରାଇନ ଡ୍ରାଇଭ୍ରେ ହେବ ହାଇକୋର୍ଟ ଅତିଥି ଭବନ

କୋଣାର୍କ (ଆପ୍ର): ଖୁବ୍ଶୀଘ୍ର କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭ୍ ଚନ୍ଦ୍ରଭାଗା ନିକଟରେ ନିର୍ମାଣ ହେବ ହାଇକୋର୍ଟ ଅତିଥି ଭବନ । ବେଳାମାର୍ଗ ନିକଟରେ ରାଜ୍ୟ ସରକାର ଇଡ୍କୋକୁ ହସ୍ତାନ୍ତର ହେବାକୁ ଥିବା ଜମି ମଧ୍ୟରେ ଏହି ବିଶ୍ରାମଗାର ନିର୍ମାଣ ହେବାକୁ ଥିବା ସୂଚନା ମିଳିଛି । ଇଡ୍କୋକୁ ସମପରିମାଣର ଜମି ଅନ୍ୟତ୍ର ଦେବାକୁ ରାଜସ୍ୱ ଅଧିକାରୀମାନେ ବ୍ୟବସ୍ଥା କରିଥିବା ଜଣାପଡ଼ିଛି । ବିଭିନ୍ନ ରାଜ୍ୟର ହାଇକୋର୍ଟ ଜଷ୍ଟିସ୍ମାନେ ପୁରୀ-କୋଣାର୍କ ବୁଲିବାକୁ ଆସିବା ସମୟରେ ସେମାନେ ଏହି ଅତିଥି ଭବନରେ ବିଶ୍ରାମ ନେବା ନିମନ୍ତେ ସମସ୍ତ ଉଚ୍ଚସୁରକ୍ଷା ବ୍ୟବସ୍ଥା ସହିତ ଉନ୍ନତମାନର ସୁବିଧା ରହିବ ବୋଲି ସୂଚନା ମିଳିଛି ।
ଚନ୍ଦ୍ରଭଗା ବେଳାମାର୍ଗ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ଚନ୍ଦ୍ରଭାଗା ମେରାଇନ୍ ଥାନା ନିକଟସ୍ଥ ପର୍ଯ୍ୟଟନ ନିଗମର କଫିକାଫେ ପାଚେରିକୁ ଲଗାଇ କୋଣାର୍କ ମୌଜା ଖାତା ନମ୍ବର ୪୧୫, ପ୍ଲଟ୍ ନମ୍ବର ୧୬୫୦,୧୬୫୩ ଏବଂ ଖାତା ନମ୍ବର ୨୫୮, ପ୍ଲଟ୍ ନମ୍ବର ୧୬୫୯ରୁ ପ୍ରାୟ ୩ ଏକର ଜାଗାରେ ଏହି ଅତିଥି ଭବନ ନିର୍ମାଣ ହେବ । ଖୁବ୍ଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ମିଳିଛି । ଗତ ବୁଧବାର ଏହାକୁ ନେଇ ଗୋପ ଅମିନ ଜ୍ଞାନେନ୍ଦ୍ର ଭୋଇ, କୋଣାର୍କ ଆର୍ଆଇ ବିଚିତ୍ର ମୋହନ ମିଶ୍ର, ଗୋପ ତହସିଲ୍ଦାର ଏସ୍କେ ସାଗିର, ଅତିରିକ୍ତ ତହସିଲ୍ଦାର ଶରତ ପରିଡ଼ା, ଅତିରିକ୍ତ ତହସିଲ୍ଦାର ସୌମେନ୍ଦ୍ର ତେଜ, କୋଣାର୍କ କୋର୍ଟ ମାଜିଷ୍ଟ୍ରେଟ ଶୋଭନ କୁମାର ପଣ୍ଡା, ହାଇକୋର୍ଟ ରେଜିଷ୍ଟ୍ରାର ବିଦ୍ୟାଧର ପୃଷ୍ଟି, କୋର୍ଟ ପୋର୍ଟକଲ ଅଫିସର, କୋଣାର୍କ ବାର୍ ଅସୋସିଏସନ୍ର ସଭାପତି ଶ୍ରୀଜୟ ବରାଳ ପ୍ରମୁଖ ଉପସ୍ଥିତ ରହି ଜାଗା ଚିହ୍ନଟ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *