୬ ଦେଶର ନିଶା ମାଫିଆଙ୍କ ସହ ଅଭିଯୁକ୍ତଙ୍କ ସମ୍ପର୍କ

କୋକେନ୍ ଜବତ ଘଟଣାର ବିଦେଶ ଲିଙ୍କ୍
କଟକ, ୨୦ା୪ (ବୁ୍ୟରୋ): ରାଜଧାନୀ ଭୁବନେଶ୍ୱରରେ କୋକେନ ଜବତ ମାମଲାରେ ବିଦେଶୀ ଲିଙ୍କ୍ ସାମ୍ନାକୁ ଆସିଛି । କୋକେନ ମିଳିବା ଘଟଣାରେ ଅଭିଯୁକ୍ତ ରବି ସିଂହ ଏବଂ ସନ୍ନି କୁମାରଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଜେରା କରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ଏସ୍ଟିଏଫ ହାତରେ ଲାଗିଛି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଦୁହିଙ୍କୁ ଜେରା କରିବା ବେଳେ ବିଦେଶୀ ଲିଙ୍କ୍ ଥିବା ଜଣାପଡ଼ିଛି । ସେମାନେ ଚୀନ, ଫ୍ରାନ୍ସ, ଆମେରିକା, ସ୍ୱିଜରଲାଣ୍ଡ, ଥାଇଲ୍ୟାଣ୍ଡ, ସାଉଥ୍ ଆଫ୍ରିକାର ଡ୍ରଗ ପେଡ଼ଲରମାନଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ଏପରିକି ଅଭିଯୁକ୍ତମାନେ ଅନ୍ୟ ଡ୍ରଗ୍ସ ନେଟୱାର୍କକୁ ବ୍ୟବହାର କରି କୋକେନ ବ୍ୟବସାୟ ଆରମ୍ଭ କରିଥିଲେ । ବିଦେଶରୁ କୋକେନ ଚାଲାଣ ହୋଇ ଦିଲ୍ଲୀକୁ ଆସୁଥିଲା । ସେଠାରୁ ଓଡ଼ିଶାକୁ ସପ୍ଲାଏ କରାଯାଉଥିଲା ।
ଏଡିଜି କହିଛନ୍ତି, ଦିଲ୍ଲୀରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସମୟରୁ ଅଭିଯୁକ୍ତ କୋକେନ ବେପାର କରି ଆସୁଥିଲା । ଦିଲ୍ଲୀ ପରେ ବଡ଼ ବଡ଼ ସହରରେ କୋକେନ ବିକ୍ରି କରିବାକୁ ଯୋଜନା କରିଥିଲା ରବି । ଏ ଡ୍ରଗ ନେଟୱାର୍କ ବଢ଼ାଇବାକୁ ଧିରେ ଧିରେ ବିଭିନ୍ନ ଗ୍ରୁପ ଜରିଆରେ ସପ୍ଲାଏ ଚେନ ମଧ୍ୟ ବୃଦ୍ଧି କରୁଥିଲେ । ୨୦୨୩ ହକି ବିଶ୍ୱକପ୍ ଟାର୍ଗେଟ୍ରେ ଥିଲା । ଏପରିକି ବିଦେଶୀ ଗ୍ରାହକ ଯୋଗାଡ଼ରେ ଦୂହେଁ ବହୁବାର ପୁରୀ ଯାଇଥିଲେ । ସୋନେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ କୋକେନ ବିକ୍ରି କରିଥିବା ସନେ୍ଦହ କରାଯାଉଛି । ଧନୀ ଓ ବଡ଼ ବଡ଼ କଲେଜରେ ପଢ଼ୁଥିବା ସମ୍ଭ୍ରାନ୍ତ ଯୁବଗୋଷ୍ଠୀଙ୍କୁ କୋକେନ ଯୋଗାଇବା ଥିଲା ଏମାନଙ୍କ ଉଦେ୍ଦଶ୍ୟ । ପୁରୀ ଲିଙ୍କ ସାମ୍ନାକୁ ଆସିବା ପରେ ସେ ଦିଗରେ ମଧ୍ୟ ଏସ୍ଟିଏଫ ଖୋଳତାଡ଼ କରୁଛି । ଏନ୍ସିବି ରିମାଣ୍ଡରେ ଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରିଛି । କିଛି ତଥ୍ୟ ସଂଗ୍ରହ ହୋଇଛି ବୋଲି ଏଡ଼ିଜି କହିଛନ୍ତି । ବିଦେଶୀ ଲିଙ୍କ୍ ଓ ଅନ୍ୟାନ୍ୟ ଦିଗକୁ ନେଇ ଏସ୍ଟିଏଫ୍ ଯାଞ୍ଚ ଚଳାଇଛି ।
ରାଜସ୍ଥାନର ରବି ଓ ସନ୍ନିଙ୍କ ନିକଟରୁ ୨୦୨ ଗ୍ରାମର କୋକେନ ଜବତ ହୋଇଥିଲା । ଭୁବନେଶ୍ୱରରୁ ପ୍ରଥମକରି କୋକେନ ମିଳିବା ପରେ ଏସ୍ଟିଏଫ୍ ତଦନ୍ତ ଚଳାଇଥିଲା । ରବିର ମୋବାଇଲ କୋକେନର ସିକ୍ରେଟ୍ ଜଣାପଡ଼ିଥିଲା । ଲୋକେସନ ଟ୍ରାକ ଭୟରେ ସେ ଏକାଧିକ ମୋବାଇଲରେ ଲୋକଙ୍କ ସହ କଥା ହୋଇ ଡିଲ କରିଥିବା ଏସ୍ଟିଏଫ ଜାଣିବାକୁ ପାଇଛି । କଲ ଡିଟେଲସ ରେକର୍ଡ ଭୟରେ ହ୍ୱାଟସଅପ ଓ ଟେଲିଗ୍ରାମକୁ ମାଧ୍ୟମ କରିଥିଲା । ଏସବୁ ପଛରେ ଏକ ବଡ଼ ନେଟୱାର୍କ କାମ କରୁଛି ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *