ଜଳୁଛି ଦେବୀନଗର ପାହାଡ଼

ଛେଣ୍ଡିପଦା (ଆପ୍ର): ଜଳୁଛି ଜଙ୍ଗଲ । ହୁ ହୁ ହୋଇ ପୋଡି ଯାଉଛି ଗଛପତ୍ର । ହେଲେ ଏହାକୁ ଆୟତ୍ତ କରିବାକୁ କେହି ନାହିଁ । ଫଳରେ ନିଆଁର ରୂପ ଆହୁରି ତୀବ୍ର ହେବାରେ ଲାଗିିଛି । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତଥା ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅଧୀନସ୍ଥ ପାତ୍ରପଡ଼ା ଠାରେ ଥିବା ଦେବୀ ନଗର ପାହାଡ଼ରେ । ଗତ ଏକ ସପ୍ତାହରୁ ଊର୍ଦ୍ଧ୍ୱ ହେବ ଏହି ଦେବୀ ନଗର ପାହାଡ଼ରେ ନିଆଁ ଲାଗିଥିବାବେଳେ ଗତ କିଛି ଦିନ ହେବ ଏହି ଜଙ୍ଗଲ ନିଆଁରେ ହୁତୁହୁତୁ ହୋଇ ଜଳୁଛି ଦେବୀନଗର ପାହାଡ଼ । ଏହି ପାହାଡରେ ଲାଗିଥିବା ନିଆଁ ଏତେ ଭୟଙ୍କର ହୋଇଛି ଯେ ବନ୍ୟଜନ୍ତୁ ମାନେ ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳିଛି । ହେଲେ ବନ ବିଭାଗ ପକ୍ଷରୁ ଏହି ନିଆଁକୁ ଲିଭାଇବାକୁ କୌଣସି ଚେଷ୍ଟା କରା ନ ଯିବାରୁ ଧୀରେ ଧୀରେ ଏହି ନିଆଁ ବଢି ·ଲିଛି । ଯାହା ଫଳରେ ବନ୍ୟ ଜୀବଜନ୍ତୁଙ୍କ ପାଇଁ ବିପଦ ଆଶଙ୍କା କରାଯାଉଛି । ଏହା ସହ ନିଆଁର ପ୍ରଭାବରେ ଆଖପାଖ ଅଞ୍ଚଳରେ ତାପମାତ୍ରା ଅଧିକ ରହିବା ସହ ଧୂଆଁରେ ଅତିଷ୍ଠ ହେଉଛନ୍ତି ଲୋକେ । ବନ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ ନ କଲେ ଭୟଙ୍କର ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *