ସ୍କୁଲ୍ ବସ୍କୁ ୪ଲକ୍ଷ ଫାଇନ୍
କୋରାପୁଟ, ୨ଠା୪(ଆପ୍ର): ବିନା କାଗଜପତ୍ରରେ ୫ ଧରି ଚାଲିଥିବା ଏକ ସ୍କୁଲ ବସକୁ ୪ ଲକ୍ଷ ଟଙ୍କାର ଫାଇନ୍ କଟାଯାଇଛି । ରାଜ୍ୟରେ ଆରମ୍ଭ ହୋଇଥିବା ସ୍କୁଲ ବସ୍ ଚେକିଂର ସ୍ପେଶାଲ ଡ୍ରାଇଭ୍ରେ କୋରାପୁଟ ପରିବହନ ବିଭାଗ ଉକ୍ତ ଫାଇନ୍ କାଟିଛି । ଭୁବନେଶ୍ୱରରେ ବି ଏକାଧିକ ବସ୍ ଉପରେ ଜରିମାନା କରାଯାଇଛି ।
ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ପକ୍ଷରୁ ଚାଲୁଥିବା ଏକ ବସ୍ର ଫିଟେନସ୍, ପରମିଟ, ଇନସୁରାନ୍ସ ଇତ୍ୟାଦି ନଥିବା କୋରାପୁଟ ଆର୍ଟିଓ ଟିମ୍ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ । ଉକ୍ତ ବସ୍ ଉପରେ ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଟଙ୍କା ଚାଲାଣ କରାଯାଇଛି ।
ପରିବହନ କମିଶନରଙ୍କ ନିଦେ୍ର୍ଦଶକ୍ରମେ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନକୁ କଡ଼ାକଡ଼ି କରିଛି ପରିବହନ ବିଭାଗ । ବୁଧବାର ସକାଳେ ଭୁବନେଶ୍ୱରରେ କଡାକଡି ଚେକିଂ କରାଯାଇ ୨୫ରୁ ଊର୍ଦ୍ଧ୍ୱ ବସର ·ଲାଣ କଟାଯାଇଛି । ପରିବହନ ବିଭାଗର ଚେକିଂକୁ ସ୍ୱାଗତ କରିଛନ୍ତି ଅଭିଭାବକ ।