୮ ମାସ ଧରି ଦୁଷ୍କର୍ମର ଶିକାର ନାବାଳିକା

୮ଠ ଅଭିଯୁକ୍ତ ଗିରଫ, କିଙ୍ଗ୍ପିନ୍ ଫେରାର
ହାଇଦ୍ରାବାଦ୍ (ଏଜେନ୍ସି): ତେଲେଙ୍ଗାନାରେ ଜଣେ ୧୩ ବର୍ଷୀୟା ନାବାଳିକାକୁ ଦୀର୍ଘ ୮ ମାସ ଧରି ବଳପୂର୍ବକ ବେଶ୍ୟାବୃତ୍ତି କାର୍ଯ୍ୟରେ ଲଗାଯିବା ଏବଂ ଏହି ସମୟ ସୁଦ୍ଧା ୮ଠ ଜଣ ନାବାଳିକାଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ଭଳି ଅତ୍ୟନ୍ତ ଅଶୋଭନୀୟ ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନା ପୁଲିସ୍ ଏହି ଘଟଣାରେ ମୋଟ୍ ୮ଠ ଜଣଙ୍କୁ ଗିରଫ କରିଛି । ଗୁଣ୍ଟୁର ଅଞ୍ଚଳରେ ଘଟିଥିବା ଏହି ମର୍ମସ୍ପର୍ଶୀ ଘଟଣାରେ ଅଭିଯୁକ୍ତମାନେ ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କରିବା ପରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କିଛି ବେଶ୍ୟାଳୟରେ ଦେହ ବ୍ୟବସାୟ ଭଳି କାମରେ ଲଗାଇଥିବା ପୁଲିସ୍ ଜାଣିବାକୁ ପାଇଛି । ତେବେ ଏହି ଘଟଣା ସହ ସମ୍ପୃକ୍ତ ଥିବା ଅନ୍ୟ କେତେ ଜଣ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଏବେ ଏମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ମଙ୍ଗଳବାର ଦିନ ଏହି ନାବାଳିକାକୁ ପୁଲିସ୍ ଉଦ୍ଧାର କରିଛି । ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଗିରଫ ୮ଠଜଣଙ୍କ ମଧ୍ୟରେ ଜଣେ ବି.ଟେକ୍ ଛାତ୍ର ମଧ୍ୟ ସାମିଲ ରହିଛି ।
ପ୍ରାପ୍ତ ସୂଚନାନୁସାରେ ଜୁନ୍, ୨ଠ୨୧ରେ ନାବାଳିକାର ମା’ କୋଭିଡ୍ ଶିକାର ହୋଇ ମୃତୁ୍ୟବରଣ କରିଥିଲେ । ତେବେ ମା’ଙ୍କ ସହ ଭଲ ବନ୍ଧୁତା ଥିବା ସାୱର୍ଣ୍ଣା କୁମାରୀ ନାମକ ଜଣେ ମହିଳା ନାବାଳିକାଙ୍କୁ ତାଙ୍କ ବାପାଙ୍କ ଅଜାଣତରେ ତାଙ୍କ ସହ ନେଇଯାଇଥିଲେ । ନାବାଳିକାର ବାପା ଏସମ୍ପର୍କରେ ପୁଲିସ୍ରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ସେତେବେଳେ ସାୱର୍ଣ୍ଣା କୁମାରୀ କିମ୍ବା ନାବାଳିକାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିଲା । ସାୱର୍ଣ୍ଣା, ଏହି ନାବାଳିକାକୁ ନେଇଯାଇ ପ୍ରଥମେ ଆନ୍ଧ୍ରପ୍ରଦେଶରେ କିଛି ଦିନ ରଖିବା ପରେ ଏକ ବେଶ୍ୟାଳୟରେ ବିକ୍ରି କରିଦେଇଥିଲା । ପରେ ଗୋଟିଏ ବେଶ୍ୟାଳୟରୁ ଅନ୍ୟ ବେଶ୍ୟାଳୟକୁ ଏହି ନାବାଳିକାକୁ ବିକ୍ରି କରିଦିଆଯାଉଥିଲା । ତେବେ ପୁଲିସ୍ ଏବେ ସାୱର୍ଣ୍ଣା କୁମାରୀକୁ ଖୋଜିବାରେ ଲାଗିପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *