ବେଳାମାର୍ଗରେ ସ୍ୱତନ୍ତ୍ର ପୁଲିସ୍ ହେବେ ମୁତୟନ

ପୁରୀ (ବୁ୍ୟରୋ): ପୁରୀରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ପର୍ଯ୍ୟଟକଙ୍କ ବୃଦ୍ଧି ଦେଖି ବେଳାମାର୍ଗରେ ଲୁଟେରାମାନେ ସକି୍ରୟ ହୋଇ ପଡ଼ିଛନ୍ତି । ଫଳରେ ବାରମ୍ବାର ପର୍ଯ୍ୟଟକମାନଙ୍କୁ ଲୁଟ୍ ଶିକାର ହେବା ସହ ବଟି ଦେବାକୁ ପଡୁଛି । ଉକ୍ତ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି ଏସ୍ପି କନୱାର ବିଶାଲ ସିଂହ ।
ଶ୍ରୀ ସିଂହଙ୍କ ନିଦେ୍ର୍ଦଶକ୍ରମେ ବେଳାମାର୍ଗରେ ସ୍ୱତନ୍ତ୍ର ଭାବେ ପୁଲିସ କର୍ମଚାରୀ ପ୍ରହରା ଦେବେ । ଯେପରିକି ପର୍ଯ୍ୟଟକମାନେ ଲୁଟେରାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିବ ନାହିଁ । ସେଥିଲାଗି ଦିଗବାରେଣୀ ଛକଠାରୁ ଆରମ୍ଭ କରି ବଳିଆପଣ୍ଡା ପର୍ଯ୍ୟନ୍ତ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ସେମାନେ ବିଳମ୍ବିତ ରାତ୍ରପର୍ଯ୍ୟନ୍ତ ବେଳାମାର୍ଗରେ ମୁତୟନ ରହିବେ । କେଉଁଠାରେ କିଛି ଅଘଟଣ ହେଲେ ସେମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଏନେଇ ବୁଧବାର ଡିଏସ୍ପି ମନୋବ୍ରତା ଶତପଥି ବେଳାମାର୍ଗରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟ କରିବାର ଶୈଳୀ ସର୍ମ୍ପକରେ ସୂଚନା ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *