ଝୁମ୍ପୁଡ଼ି ଘରେ ନିଆଁ ଲାଗି ୭ ଦଗ୍ଧ

ଲୁଧିଆନା (ଏଜେନ୍ସି): ମଙ୍ଗଳବାର ବିଳମ୍ବିତ ରାତିରେ ପଞ୍ଜାବର ଲୁଧିଆନା ଅଞ୍ଚଳରେ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି । ଏଠାରେ ଏକ ଝୁମ୍ପୁଡି ଘରେ ଦୁର୍ଭାଗ୍ୟବଶତଃ ନିଆଁ ଲାଗିଯିବା ଫଳରେ ଭିତରେ ଶୋଇଥିବା ଏକ ପରିବାରର ୭ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚô ମୃତଦେହଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ମୃତକ ପରିବାର ସଦସ୍ୟମାନେ ବିହାରର ସ୍ଥାୟୀ ନିବାସୀ ହୋଇଥିବା ବେଳେ ପ୍ରବାସୀ ଶ୍ରମିକ ଭାବେ ଏହି ଅଞ୍ଚଳରେ କାମ କରୁଥିଲେ ଏବଂ ଏଠାରେ ଥିବା ଏକ ଡମ୍ପିଂୟାର୍ଡ ନିକଟରେ ନିଜର ଏକ ଚାଳିଆ କରି ଏମାନେ ରହିଆସୁଥିଲେ । ସ୍ଥାନୀୟ ପୁଲିସ୍ ଷ୍ଟେସନ୍ ଅଧିକାରୀ ଏସ୍ଏଚ୍ଓ ରଣବୀର ସିଂହଙ୍କ ଅନୁସାରେ ପ୍ରବାସୀ ଶ୍ରମିକ ଦମ୍ପତି ଏବଂ ସେମାନଙ୍କର ୫ପିଲା (୪ଝିଅ, ୧ ପୁଅ) ନିଜ ଝୁମ୍ପୁଡ଼ି ଘରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଛି । ତେବେ ପରିବାରର ଜଣେ ମାତ୍ରେ ବ୍ୟକ୍ତି ଜୀବିତ ଅଛନ୍ତି । ରାତି ସମୟରେ ସେ ପ୍ରାୟତଃ ବାହାରେ ଅନ୍ୟ ସହକର୍ମୀଙ୍କ ସହ ଶୋଇପଡିଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *