ମାଟି ତଳୁ ବିଡ଼ାବିଡ଼ା ଟଙ୍କା ଜବତ
ହୋଟେଲରୁ ୩୯ ଲକ୍ଷ ଚୋରି
ସମ୍ବଲପୁର (ଆପ୍ର): ମାଟି ତଳୁ ମିଳିଲା ବିଡ଼ାବିଡ଼ା ଟଙ୍କା । ଶହେ କି ହଜାରେ ନୁହେଁ ଜରି ଅଖାରେ ଭର୍ତ୍ତି ହୋଇ ପୋତା ଯାଇଥିବା ୩୨ ଲକ୍ଷ ଟଙ୍କା ଜବତ କରିଛି ସମ୍ବଲପୁର ପୁଲିସ । ଯାହା ଦେଖି ପୁଲିସ କର୍ମ·ରୀ ଅବାକ୍ ହୋଇଯାଇଛନ୍ତି । ଏହି ଟଙ୍କା ସମ୍ବଲପୁରସ୍ଥ ଏକ ହୋଟେଲରୁ ଚୋରି ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରୁ ଜବତ କରାଯାଇଛି ।
ଗତ ୧୫ ତାରିଖ ବିଳମ୍ବିତ ରାତିରେ ସମ୍ବଲପୁର ଭିଏସ୍ଏସ୍ ମାର୍ଗରେ ଥିବା ହୋଟେଲ ଶିଲା ଟାୱାର ମାଲିକଙ୍କ ଆଲମିରା ଭାଙ୍ଗି ୩୯ ଲକ୍ଷ ଟଙ୍କା ଲୁଟ୍ କରାଯାଇଥିବା ନେଇ ଧନୁପାଲି ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ମୁଖ୍ୟ ଅଭିଯୁକ୍ତ ତଥା ହୋଟେଲର ପୂର୍ବତନ କର୍ମ·ରୀ ଦିଲେଶ୍ୱର ବେହେରା (ଦେବଗଡ଼ ଜିଲ୍ଲା ରିଆମାଲ ଥାନା ବନକାଲୋ), ସହକାରୀ ରୋଷେୟା ମାନସ ପ୍ରଧାନ, ୱେଟର ଯୋଗେଶ୍ୱର ବେହେରା ଓ ରିସେପ୍ସନିଷ୍ଟ ଗୋବିନ୍ଦ ମଲ୍ଲିକଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଜେରା କରିବା ପରେ ଟଙ୍କା ମାଟି ତଳେ ଲୁ·ଇ ରଖିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ।
ପୁଲିସ ଦେବଗଡ଼ ଜିଲ୍ଲା ବନକାଲୋକୁ ଯାଇ ମାଟି ଖୋଳି ଅଖା ଭିତରୁ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ଜବତ କରିଛି । ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଛି ଓ ଅବଶିଷ୍ଟ ଟଙ୍କା ଅଭିଯୁକ୍ତମାନେ କେଉଁଠି ରଖିଲେ ପୁଲିସ ତାର ତଦନ୍ତ କରୁଛି ବୋଲି ସମ୍ବଲପୁର ଏସ୍ପି ବି ଗଙ୍ଗାଧର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ମାଲିକଙ୍କ ·ମ୍ବର ପଛପଟୁ ପ୍ରବେଶ କରିଥିଲେ ।