ପ୍ରଥମ ପର୍ଯ୍ୟାୟରେ ଆସିଲା କଳା, ସଂସ୍କୃତିର ପ୍ରସ୍ତର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ବିଶ୍ୱବିଦିତ । ଏଥିରେ ଆଉ ଏକ ପାଦ ଯୋଡ଼ିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ସେଥିଲାଗି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ନିର୍ମାଣ ଜାରି ରହିଛି ଐତିହ୍ୟ କରିଡର୍ । ଏହି ଐତିହ୍ୟ କରିଡର୍ ନିର୍ମାଣକୁ ନେଇ ଟଣାଓଟରା ଲାଗିଥିବା ବେଳେ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ଲାଗି ସରକାରଙ୍କ ପକ୍ଷରୁ କାର୍ଯ୍ୟ ଜାରି ରହିଛି । ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ପ୍ରଥମ ପର୍ଯ୍ୟାୟରେ ପହଞ୍ଚôଛି କଳା, ସଂସ୍କୃତିର ପ୍ରସ୍ତର । ଏଥିରେ ଓଡ଼ିଶାର କଳାକୁ ସ୍ଥାନିତ କରାଯାଇଛି । ଏହି ପ୍ରସ୍ତରକୁ ଦେଖି ଭକ୍ତ ଓ ପର୍ଯ୍ୟଟକମାନଙ୍କ ମହଲରେ ଖୁସିବ୍ୟକ୍ତ କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୭୫ ମିଟର ପରିସର ମଧ୍ୟରେ ନିର୍ମାଣ ହେବ କରିଡର୍ । ଏହି ୭୫ ମିଟର ପରିସରକୁ ଦୁଇ ଭାଗ କରାଯାଇଛି । ଗୋଟିଏ ପଟେ ୫୫ ମିଟର ମଧ୍ୟରେ ପୁରୁଷ, ମହିଳା ଭକ୍ତଙ୍କ ଲାଗି ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ସେବାୟତଙ୍କ ଲାଗି ସ୍ୱତନ୍ତ୍ର ଗୃହ ସମେତ ଶ୍ରଦ୍ଧାଳୁଙ୍କ ଲାଗି ଆବଶ୍ୟକ ଗୃହ ନିର୍ମାଣ କରାଯିବ । ବାକି ୨୦ ମିଟର ପରିସର ମଧ୍ୟରେ ଶ୍ରଦ୍ଧାଳୁଙ୍କ ଲାଗି ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଭ୍ରମଣ କରିବେ ଏବଂ ବୟସ୍କ ଲୋକମାନଙ୍କ ନିମନ୍ତେ ବ୍ୟାଟେରୀ ଗାଡ଼ି ଚଳାଚଳ କରିବ । ପ୍ରଥମ ୫୫ ମିଟରକୁ ଏହି କଳା, ସଂସ୍କୃତିର ପ୍ରସ୍ତରକୁ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ନିକଟରେ ଏହି ପ୍ରସ୍ତର ପହଞ୍ଚିଥିବା ବେଳେ ଆଗକୁ ଅଧିକ ସଂଖ୍ୟାରେ ଆସିବ ବୋଲି ଜଣାପଡ଼ିଛି । ଏଥିରେ ସମସ୍ତେ ସହଯୋଗ କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ସୂଚନାଥାଉକି, ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ଲାଗି ରାଜ୍ୟ ସରକାର ମେଘନାଦ ପାଚେରି ଠାରୁ ୭୫ ମିଟର ପରିସର ମଧ୍ୟରେ ରହିଥିବା ଘରୋଇ କୋଠା ଠାରୁ ଆରମ୍ଭ କରି ଲଜିଂ, ବ୍ୟବସାୟ ଅନୁଷ୍ଠାନ ଓ ମଠକୁ ଉଚ୍ଛେଦ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *