ଶୁକଶାରି ମନ୍ଦିରରୁ ଷଷ୍ଠ ଶତାବ୍ଦୀର ମୂର୍ତ୍ତି ଉଦ୍ଧାର
ଭୁବନେଶ୍ୱର, ୨୦ା୪(ବୁ୍ୟରୋ): ଶୁକଶାରୀ ମନ୍ଦିର ପାଶ୍ୱର୍ ଖନନ ବେଳେ ପୁଣି ମିଳିଲା ଦେବ-ଦେବୀଙ୍କ ମୂର୍ତ୍ତି । ଶାରୀ ମନ୍ଦିର ପରିସରରୁ ଏକ ଦେବୀ ମୂର୍ତ୍ତି ମିଳିଛି । ଖନନ ସମୟରେ ମନ୍ଦିରର ଗର୍ଭଗୃହରୁ ·ରିଭୁଜ ମା’ ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ବାହାରିଛି । ଅର୍ଦ୍ଧନାରୀଶ୍ୱରଙ୍କ ମୂର୍ତ୍ତି ମଧ୍ୟ ମିଳିଛି । ପ୍ରାଥମିକ ଯାଞ୍ଚରୁ ଏହା ୬ଷ୍ଠ କିମ୍ବା ୭ମ ଶତାଦ୍ଦୀର ହୋଇପାରେ ବୋଲି ଜଣାପଡ଼ିଛି ।
ଏଏସ୍ଆଇ ପକ୍ଷରୁ ୨୦୨୦ରୁ ଶୁକଶାରି ମନ୍ଦିର ଓ ଆଖପାଖ ଖନନ ଚାଲିଛି । ମାଟି ତଳୁ ଅନେକ ପ୍ରାଚୀନ ଭାସ୍କର୍ଯ୍ୟର ସନ୍ଧାନ ମିଳିଛି । ୨୦୨୧ ଡିସେମ୍ବର ୧୨ତାରିଖରେ ଏଠାରେ ଖନନ କାର୍ଯ୍ୟ ·ଲୁ ଥିବା ବେଳେ ଏକ ନୂତନ ମନ୍ଦିର ଉଦ୍ଧାର ହୋଇଥିଲା । ୨୦୨୧ ଅକ୍ଟୋବର ୩୦ତାରିଖରେ ଅନ୍ୟ ଗୋଟିଏ ମନ୍ଦିର ଉଦ୍ଧାର ହୋଇଥିଲା । ଏ ଯାବତ ୪ ଭଗ୍ନ ମନ୍ଦିର, ଏକ ମନ୍ଦିରର ମୂଳଦୁଆ ଇତ୍ୟାଦି ଉଦ୍ଧାର ହୋଇଛି । ଖନନ ଚାଲିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି ।