ଅଫିସରଙ୍କୁ ପିଟିପିଟି ମାରିଦେଲେ

ସ୍କର୍ପିଓ ଧକ୍କାରେ ସ୍କୁଟି ଚାଳକଙ୍କ ମୃତୁ୍ୟ
ବାରିପଦା,୧୯ା୪ (ଆପ୍ର): ସ୍କର୍ପିଓ ଧକ୍କାରେ ଜଣେ ମୃତୁ୍ୟବରଣ କରିବାକୁ କେନ୍ଦ୍ରକରି ନର ସଂହାର ଘଟିଛି । ଉତ୍ତ୍ୟକ୍ତ ଲୋକେ ସ୍କର୍ପିଓରେ ବସିଥିବା ଜଣେ ସରକାରୀ ଅଫିସରଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କତରା ନିକଟରେ ଏଭଳି ଲୋମହର୍ଷକ ଘଟଣା ଘଟିଛି ।
ମଙ୍ଗଳବାର ମଧ୍ୟାହ୍ଣରେ ଗୋଷାଣୀପାଳ ଗ୍ରାମର ହରିହର ସେଠୀ ନିଜ ଦୋକାନରୁ ଘରକୁ ଖାଇବା ପାଇଁ ସ୍କୁଟିରେ ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ (ଡବ୍ଲୁବି- ୬୮ ୱାଇ ୭୦୬୩) ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହରିହରଙ୍କର ମୃତୁ୍ୟ ହୋଇଥିଲା । ଏହି ଖବର ପ୍ରସାରିତ ହେବାମାତ୍ରେସ୍ଥାନୀୟ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉତ୍ତ୍ୟକ୍ତ ଲୋକେ ଡ୍ରାଇଭର୍କୁ ମାଡ଼ ମାରିବା ସମୟରେ ସେ କୌଶଳ କ୍ରମେ ଖସିଯାଇଥିଲା । କିନ୍ତୁ ସ୍କର୍ପିଓରେ ବସିଥିବା ମେଗା ଜଳ ପ୍ରକଳ୍ପ ନର୍ମାଣକାରୀ ସଂସ୍ଥାର ଦୁଇ ଅଧିକାରୀ ସତ୍ୟନାରାୟଣ ନନ୍ଦ ଓ ଫୁଲ ଚନ୍ଦ୍ର ଶର୍ମାଙ୍କୁ ଲୋକେ ନିସ୍ତୁକ ପିଟିଥିଲେ । ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ପରେ ବିକ୍ଷୋଭ ହଟିଥିଲା । ସତ୍ୟନାରାୟଣ ଓ ଫୁଲଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭିର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସତ୍ୟନାରାୟଣଙ୍କ ମୃତୁ୍ୟ ହୋଇଥିଲା ।
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ପୁଲିସ ପାଟ୍ରୋଲିଂ କରୁଛି । ଏସ୍ପିଙ୍କ ନିଦେ୍ର୍ଦଶକ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୧୧ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରାଚରୁଛି । ସ୍କର୍ପିଓ ଡ୍ରାଇଭରର ପତ୍ତା ମିିଳିନାହିଁ । ସତ୍ୟନାରାୟଣଙ୍କ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ଫୁଲଚନ୍ଦ୍ରଙ୍କ ଘର ଉତ୍ତର ପ୍ରଶେରେ ବୋଲି ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *