ଆନେ୍ଦାଳନ ଆଳରେ ଅରାଜକତା
ଭୁବନେଶ୍ୱର,୧୯ା୪(ବୁ୍ୟରୋ): ରାଜଧାନୀ ଭୁବନେଶ୍ୱରରେ ଡ୍ରାଇଭରମାନେ ଆନେ୍ଦାଳନ ଆଳରେ ଅରାଜକତା ଓ ଆତଙ୍କ ରଚିଛନ୍ତି । ହାତରେ ଠେଙ୍ଗା ଧରି ଡ୍ରାଇଭରମାନେ ରାଜରାସ୍ତାରେ ବୁଲିଥିଲେ । କେବଳ ଏତିକି ନୁହେଁ ବାଉଁଶ ପୋତି ରାସ୍ତା ଅବରୋଧ ମଧ୍ୟ କରିଥିଲେ । ଏପରିକି ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରେ ଥିବା ଐତିହ୍ୟ ଘୋଡ଼ା ଉପରେ ମଧ୍ୟ ଚଢ଼ିଯିବା ସହ ଅଟୋ ଭଙ୍ଗାରୁଜା ବି କରିଥିଲେ । ଡ୍ରାଇଭରମାନେ ସରକାରୀ କର୍ମଚାରୀ ଏବଂ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ସବୁଠୁ ବଡ଼ କଥା ହେଲା- ଡ୍ରାଇଭରମାନେ ରାଜଧାନୀକୁ କେଇ ଘଣ୍ଟା ପାଇଁ ନିଜ କବ୍ଜାକୁ ନେଇଯାଇଥିଲେ । ଏପରିକି ଲୋକସେବା ଭବନ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇଥିଲେ । ହଜାର ହଜାର ଡ୍ରାଇଭର ରାଜଧାନୀରେ ଏଭଳି ବିଶୃଙ୍ଖଳା ସୃଷ୍ଟି କରିଥିଲେ ବି କମିଶନରେଟ୍ ପୁଲିସ୍ କାହିଁକି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲା ସେନେଇ ପ୍ରଶ୍ନ ଉଠିଛି । ଗତ ୧୬ ତାରିଖରେ ଗୁଇନ୍ଦା ବିଭାଗ ସ୍ପେଶାଲ ବ୍ରାଞ୍ଚ୍ ଏନେଇ ସରକାରଙ୍କୁ ଚିଠି ଲେଖି ଅବଗତ କରିଥିଲା । ଆନେ୍ଦାଳନକାରୀମାନେ ଛୋଟଛୋଟ ଭାଗରେ ବିଭକ୍ତ ହୋଇ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ବିଧାନସଭା ଏବଂ ଲୋକସେବା ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପଶିବେ ।
ଏପରିକି ଆନେ୍ଦାଳନ କାହା ନେତୃତ୍ୱରେ ହେବ ଏବଂ କେଉଁ ଜିଲ୍ଲାରୁ କେତେ ଲୋକ କେମିତି ଭୁବନେଶ୍ୱର ଆସିବେ, ସେ ସମ୍ପର୍କୀତ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା ।
ଗୁଇନ୍ଦା ବିଭାଗର ତମାମ୍ ସୂଚନା ଥାଇ ବି ଆନେ୍ଦାଳନକାରୀମାନେ କିପରି ରାଜଧାନୀକୁ ନିଜ କବ୍ଜାକୁ ନେଲେ, ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି । ଅନ୍ୟପକ୍ଷରେ ଡ୍ରାଇଭର ମହାସଂଘ ଆନେ୍ଦାଳନ ବେଳେ ଭଙ୍ଗାରୁଜା ଘଟଣାରେ ୩ ଟି ମାମଲା ରୁଜୁ କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । କିଛି ସ୍ଥାନରେ ସେମାନେ ରାସ୍ତା ଅବରୋଧ କରି ହିଂସାକାଣ୍ଡ ଘଟାଇବା ଓ କିଛି ସ୍ଥାନରେ ପୁଲିସ୍କୁ ହଇରାଣ କରି ଲୋକଙ୍କୁ ଠେଲାପେଲା କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଭିଡିଓ ଫୁଟେଜ୍ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।
ସୂଚନାଯୋଗ୍ୟ, ସୁରକ୍ଷା, ବୀମା, ପ୍ରତି ୧ଠଠ କିମିରେ ବିଶ୍ରାମ ଘର ଓ କାର୍ଯ୍ୟ ସମୟ ୮ ଘଣ୍ଟା ଭଳି ଦାବିରେ ଲକ୍ଷାଧିକ ଡ୍ରାଇଭର ସୋମବାର ଭୁବନେଶ୍ୱରରେ ଏକାଠି ହୋଇଥିଲେ । ଦୀର୍ଘ ସମୟ ଧରି ରାଜଧାନୀର ରାଜରାସ୍ତାକୁ କବ୍ଜା କରିଥିଲେ ଡ୍ରାଇଭର । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଏପରିକି ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିବାବେଳେ ସ୍କୁଲ୍ରୁ ବାଇକ୍ରେ ଅଭିଭାବକଙ୍କ ସହ ବାଇକ୍ରେ ଫେରୁଥିବା ଛୋଟ ପିଲାଙ୍କୁ ମଧ୍ୟ ଟାଣ ଖରାରେ ଅଟକି ରହିବାକୁ ପଡ଼ିଥିଲା । ତେବେ ମାଷ୍ଟରକ୍ୟାଣ୍ଟିନ୍ ଛକକୁ ଚାରିପଟୁ ଆନେ୍ଦାଳନକାରୀ ଘେରିଯିବା ସହ ରାଜରାସ୍ତାରେ ଠେଙ୍ଗାବାଡ଼ି ଧରି ବୁଲି ଥିଲେ । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ପରେ ଦୁଇ ମନ୍ତ୍ରୀଙ୍କ ସହ ମହାସଂଘର ପ୍ରତିନିଧିଙ୍କ ଆଲୋଚନା ହୋଇଥିଲା । ଏହାପରେ ଗାଡ଼ି ଚାଳକମାନେ ଧାରଣାରୁ ହଟିଥିଲେ ।