ଐତିହ୍ୟ ବିକାଶରେ ମଠ, ମନ୍ଦିର ଓ ତୀର୍ଥକୁ ସାମିଲ୍ କରାଯାଉ

ଓଡ଼ିଶା ଐତିହ୍ୟ ଓ ସଂରକ୍ଷଣ ପରିଷଦର ଆଲୋଚନାଚକ୍ର
ପୁରୀ (ବୁ୍ୟରୋ): ବିଶ୍ୱ ଏତିହ୍ୟ ଦିବସ ଉପଲକ୍ଷେ ଓଡ଼ିଶା ଐତିହ୍ୟ ଓ ସଂରକ୍ଷଣ ପରିଷଦ ପକ୍ଷରୁ ଏକ ଆଲୋଚନାଚକ୍ର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପରିଷଦର ସଭାପତି ବିଭୁପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ପରିଷଦର ସମ୍ପାଦକ ଦେବୀପ୍ରସନ୍ନ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦଇତାପତି ନିଯୋଗର ପୂର୍ବତନ ସଭାପତି ରବୀନ୍ଦ୍ର ଦାସମହାପାତ୍ର ଐତିହ୍ୟ ପ୍ରତି ସମସ୍ତଙ୍କର ଯୋଗଦାନ ରହିଲେ ବିଶ୍ୱରେ ଆମ ଐତିହ୍ୟର ଗୌରବ ପ୍ରତିଷ୍ଠା ହୋଇପାରିବ ବୋଲି କହିଥିଲେ ।
ପରିଷଦର ଉପସଭାପତି ବିଶିଷ୍ଟ ସାମ୍ବାଦିକ ରାଜକୁମାର ମହାନ୍ତି ଶ୍ରୀମନ୍ଦିର ମରାମତି ଦାୟିତ୍ୱରୁ ପ୍ରତ୍ନତତ୍ତ୍ୱ ବିଭାଗକୁ ଦୂରେଇ ଦେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସେ କହିଥିଲେ ଯେ ସରକାର ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ କରିବାକୁ ବର୍ତ୍ତମାନ ସମର୍ଥ । ମୁଖ୍ୟବକ୍ତା ଭାବେ ପରିଷଦର ଆଧାରପୁରୁଷ ଡ. ସୁରେନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ, ଆମେ ଯେଉଁ ତୀର୍ଥରେ ବସିଛେ ତାହା ସଂସ୍କତ ମହାଭାରତରେ ସ୍ଥାନ ପାଇଛି । ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ଜଡ଼ିତ ପଞ୍ଚଶିବଙ୍କ ମଧ୍ୟରେ ଶ୍ରୀନୀଳକଣ୍ଠେଶ୍ୱର ଅନ୍ୟତମ । ଏହାର ବିକାଶ ପ୍ରତି ଧ୍ୟାନ ଦେବା ସହିତ ପୁରୀର ଅର୍ଦ୍ଧଭଗ୍ନ, ସମ୍ପୂର୍ଣ୍ଣ ଭଗ୍ନ ମଠ ଓ ଆଶ୍ରମର ବିକାଶ ପ୍ରତି ଆମେ ସଚେତନ ନ ହେଲେ ତାହା ଦିନେ ଜନମାନସରୁ ଲୋପ ହୋଇଯିବ ।
ଅନ୍ୟତମ ବକ୍ତା ଭାବେ ସିଦ୍ଧାର୍ଥ ଆଚାର୍ଯ୍ୟ ବିଗ୍ରହମାନଙ୍କର ତଥା ସେମାନଙ୍କ ଆୟୁଧ ବିଷୟରେ ବିଶେଷ ଚର୍ଚ୍ଚା ନ ହେବାରୁ କିପରି ବିଭ୍ରହ ପୂଜାର ପରମ୍ପରା ହ୍ରାସ ହେଉଛି ଦର୍ଶାଇଥିଲେ । କାର୍ଯ୍ୟକ୍ରମରେ ଦୟାନିଧି ତ୍ରିପାଠୀ, ସତ୍ୟନାରାୟଣ ମିଶ୍ର, ଦୁର୍ଗାପ୍ରସାଦ ମିଶ୍ର, ଶିବ କୁମାର ପାତ୍ର, ବ୍ରହ୍ମଗିରିରୁ ବିଶିଷ୍ଟ ଲେଖକ ନୀଳମଣି ସୁଆର ଐତିହ୍ୟ ବିକାଶ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ପରିଷଦର ଅନ୍ୟତମ ଉପଦେଷ୍ଟା ସନ୍ତୋଷ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *