ସୋନପୁରରେ ୪୪.୪ଂ

ଭୁବନେଶ୍ୱର,୧୯ା୪(ବୁ୍ୟରୋ): ରାଜ୍ୟରେ ଜାରି ରହିଛି ଅସମ୍ଭାଳି ତାତି । ଜନଜୀବନ ପ୍ରଚଣ୍ଡ ରୌଦ୍ରତାପରେ କଲବଲ । ମଙ୍ଗଳବାର ୨୧ଟି ସହରରେ ତାପମାତ୍ରା ୪ଠ ଡିଗ୍ରୀ ଟପିଯାଇଥିବାବେଳେ ୯ଟି ସହର ୪୨ଂ ଉପରେ ରହିଥିଲା । ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୪ଂ ଥିବା ବେଳେ ବଲାଙ୍ଗୀରରେ ୪୪.୩ଂ, ଟିଟିଲାଗଡରେ ୪୩.୬ଂ ଓ ଅନୁଗୁଳ ୪୩.୧ଂ ତାପମାତ୍ରା ରେକର୍ଡ କରାଯାଇଛି । ଏଭଳି ତାତି ଆଉ ଦୁଇଦିନ ଲାଗି ରହିବ । ବୁଧବାର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି ।
ପାଣିପାଗ ବିଭାଗର କହିବା ଅନୁସାରେ, ବୁଧବାର ଓ ଗୁରୁବାର ପାଗରେ ସେତେଟା ପରିବର୍ତ୍ତନ ହେବନି । ତେବେ ଗୁରୁବାର ଅପରାହ୍ନରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ କାଳବୈଶାଖୀ ଜନିତ ଘଡଘଡ଼ି ସହ ବର୍ଷା ଲାଗି ସର୍ତକ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି)ଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ମଙ୍ଗଳବାର ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୨.୮ଂ, ସମ୍ବଲପୁରରେ ୪୨.୪ଂ, ସୁନ୍ଦରଗଡରେ ୪୨.୫ଂ, ଭବାନୀପାଟଣାରେ ୪୨ଂ, ଦେବଗଡରେ ୪୨ଂ, ହୀରାକୁଦରେ ୪୧.୬ଂ, ପାରଳାଖେମୁଣ୍ଡି, ବାରିପଦା ଓ ନୂଅ ।ପଡା ୪୧ଂ, କେନ୍ଦୁଝରରେ ୪୦.୨ଂ, ତାଳଚେରରେ ୪୦.୬ଂ, ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା ଓ ମାଲକାନଗିରିରେ ୪୦ଂ ରେକର୍ଡ ହୋଇଛି । ତେବେ ଉପକୂଳରେ ସମୂଦ୍ର ଆଡୁ ପବନ ବୋହୁଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ପୁରୀରେ ୩୨.୬ଂ, ଗୋପାଳପୁର ୩୦.୧ଂ, ବାଲେଶ୍ୱରରେ ୩୬ଂ, କଟକରେ ୩୭ଂ ଓ ଭୁବନେଶ୍ୱରରେ ୩୭.୬ଂ ତାପମାତ୍ରା ରେକର୍ଡ କରାଯାଇଛି । ସୋମବାର ତୁଳନାର୍ୱେଙ୍ଗଳବାର ଭୁବନେଶ୍ୱର ଓ କଟକରେ ୩ଂରୁ ୪ଂ ପର୍ଯ୍ୟନ୍ତ ତାପମାତ୍ରା କମିଛି ।
ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଲାଗି କାଳବୈଶାଖୀ ସତର୍କତା ଜାରି କରାଯାଇଛି । ସେହିପରି ୨୧ ତାରିଖ ପାଇଁ ମାଲକାନାଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ । ଏହି ସବୁ ଜାଗାରେ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦ କିମି ରହିିବାର ସମ୍ଭାବନା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *