ଜଣକ ପରେ ଜଣକୁ ହାଣିଥିଲା ଶିବ
ମାହାଙ୍ଗା ଗଣହତ୍ୟା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ
କଟକ (ବୁ୍ୟରୋ): କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ୫ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ଆସିଛି । ମୃତକମାନଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ହତ୍ୟା ପାଇଁ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ହତ୍ୟା ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ହତ୍ୟା ପୂର୍ବରୁ ବିଷ ଦିଆଯାଇଥିବା ନେଇ ସନେ୍ଦହ କରାଯାଉଥିବା ବେଳେ ବିଷକ୍ରିୟା ଜନିତ ମୃତୁ୍ୟ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ ବୋଲି ଗ୍ରାମାଞ୍ଚଳ ଏସ୍ପି ଯୁଗଳ କିଶୋର ବିନୋଥ ପ୍ରକାଶ କରିଛନ୍ତି ।
ସୂଚନାଥାଉକି, ଦୀର୍ଘ ବର୍ଷ ଧରି କୁସୁପୁରର ଦୁଇଭାଇ ଶିବ ପ୍ରସାଦ ସାହୁ ଏବଂ ଅଲେଖ ସାହୁଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ତିକ୍ତତା ଲାଗି ରହିଥିଲା । ପରବର୍ତ୍ତୀ ସମୟରେ ଏହି ତିକ୍ତତା ଶେଷରେ ଉଗ୍ରରୂପ ଧାରଣ କରିଥିଲା । ଗତ ୧୧ ତାରିଖ ରାତିରେ ଅଲେଖଙ୍କ ସମେତ ତାଙ୍କ ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରିଥିଲା ଶିବ ପ୍ରସାଦ । ବଡ଼ଭାଇ ଅଲେଖ ସାହୁ, ତାଙ୍କ ପନôୀ ରଶ୍ମିରେଖା ସାହୁ, ଦୁଇପୁଅ ସ୍ମୃତି ସୌରଭ ଓ ସ୍ମୃତିସାଇ ଏବଂ ୧୯ବର୍ଷର ଝିଅ ସ୍ମୃତିସନ୍ଧ୍ୟାକୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା ଶିବ ସାହୁ । ଶିବ ପ୍ରଥମେ ଭାଉଜ, ପରେ ଭାଇ ଅଲେଖଙ୍କୁ କଟୁରୀରେ ହାଣି ସେମାନଙ୍କ ଜୀବନ ନେଇଥିଲା । ଏହାଦେଖି ପିଲାମାନେ ଉଠି ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଜଣକ ପରେ ଜଣକୁ ହାଣି ହତ୍ୟା କରିଥିଲା ଶିବ । ରାତି ପ୍ରାୟ ସାଢ଼େ ୨ଟାରୁ ୩ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ଅଭିଯୁକ୍ତଜଣକ ୫ ଜଣଙ୍କ ଜୀବନ ନେଇ ସାରିବା ପରେ ସେହି କୋଠରୀରେ ପ୍ରାୟ ଘଣ୍ଟାଏ କାଳ ରହିଥିବା ପୁଲିସ ଆଗରେ ସ୍ୱୀକାର କରିଛି । ଏପରିକି କାଳେ କିଏ ବଞ୍ଚି ଯାଇଥିବା ଭାବି ସେମାନଙ୍କ ହାତ ଶୀରା ଓ ଗୋଡ଼ ଗୋଛି ବି କାଟି ଦେଇଥିଲା । ତେଣୁ ହତ୍ୟାର ଶିକାର ହୋଇଥିବା ୫ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ।