୭୪୦ ପର୍ବତାରୋହୀଙ୍କୁ ଅନୁମତି

ଏଭରେଷ୍ଟ ଶୃଙ୍ଗ ଆରୋହଣ
କାଠମାଣ୍ଡୁ/ନୂଆଦିଲ୍ଲୀ,୧୯ା୪ (ଏଜେନ୍ସି): ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ହିମାଳୟର ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ ବିଶ୍ୱର ୭୦ଟି ଦେଶର ୭ଶହରୁ ଊଦ୍ଧ୍ୱର୍ ପର୍ବତାରୋହୀଙ୍କୁ ଅନୁମତି ମିଳିଛି । ମଙ୍ଗଳବାର ନେପାଳ ସରକାର ୧୫୫ଜଣ ମହିଳାଙ୍କ ସମେତ ୭୪୦ଜଣ ପର୍ବତାରୋହୀଙ୍କୁ ନେପାଳର ପର୍ବତ ମାପିବା ପାଇଁ ଅନୁମତି ଦେଇଛନ୍ତି । ଏଥିରେ ସର୍ବାଧିକ ଆବେଦନକାରୀ ଆମେରିକାର ବୋଲି ଜଣାପଡିଛି । ସେହିପରି ଦ୍ୱିତୀୟ ସର୍ବାଧିକ ବ୍ରିଟେନ ଏବଂ ତୃତୀୟରେ ଭାରତର ୫୫ଜଣ ଅଛନ୍ତି ବୋଲି ନେପାଳର ପର୍ଯ୍ୟଟନ ବିଭାଗ ସୂଚନା ଦେଇଛି ।
ସମଗ୍ର ବିଶ୍ୱର ୬ଟି ମହାଦେଶର ୫୮୫ ପୁରୁଷ ଏବଂ ୧୫୫ଜଣ ମହିଳା ୮,୮୪୮ ମିଟର ଉଚ୍ଚତା ବିଶିଷ୍ଟ ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ସମେତ ନେପାଳୀ ଶିଖର ଆରୋହଣ କରିବାକୁ ଅନୁମତି ହାସଲ କରିଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଆମେରିକାର ସର୍ବାଧିକ ୧୧୭ଜଣଙ୍କ ମଧ୍ୟରୁ ୯୪ଜଣ ପୁରୁଷ ଏବଂ ୨୩ ଜଣ ମହିଳା ରହିଛନ୍ତି । ଚୀନର ୧୭ଜଣ, ରୁଷର ୨୫ ଏବଂ ୟୁକ୍ରେନର ଜଣେ ପର୍ବତାରୋହୀ ସାମିଲ ହେବେ । ଏହି ଅନୁମତି ପାଇଥିବା ପର୍ବତାରୋହୀଙ୍କ ଠାରୁ ସରକାର ୩୯୫ ନିୟୁତ ଅଧିକ ରୟାଲିଟି ସଂଗ୍ରହ କରିଥିବା ଜଣାପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *