ନିର୍ଗୁଣ୍ଡି ତୃତୀୟ ଲାଇନ୍ ପାଇଁ ଜମି ଅଧିଗ୍ରହଣ ନିଦେ୍ର୍ଦଶ
ରାଜସ୍ୱ ସମୀକ୍ଷା ବୈଠକ
ଭଦ୍ରକ (ଆପ୍ର): ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଜିଲ୍ଲା ପାଇଁ ରାଜସ୍ୱ ସମୀକ୍ଷା ବୈଠକ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଛି । ବୈଠକରେ ଖାରି ପାଣିରେ ମାଛ ଚାଷ ସମ୍ବନ୍ଧୀୟ ଲିଜ୍ ଉପରେ ଗୁରୁତ୍ୱାରୋପ କରାଯିବା ସହିତ ତହସିଲଦାରଙ୍କ ନିକଟରେ ଜିଲ୍ଲା କମିଟି ଦ୍ୱାରା ଅନୁମୋଦିତ କିନ୍ତୁ କାର୍ଯ୍ୟକାରୀ ହୋଇନଥିବା ଲିଜ୍ ସବୁକୁ ଅଗ୍ରାଧିକାର ଭିତ୍ତିରେ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ୭ ଦିନ ମଧ୍ୟରେ ସମସ୍ତ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣ କରି ଜନସାଧାରଣଙ୍କୁ ପଟ୍ଟା ବାଣ୍ଟିବାକୁ ବାସୁଦେବପୁର ଓ ଚାନ୍ଦବାଲି ତହସିଲଦାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ଜୁନ୍ ୩୦ ମଧ୍ୟରେ ବନେ୍ଦାବସ୍ତ କେଶ୍ର ଫଇସଲା କରିବାକୁ ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ତହସିଲଦାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଭଦ୍ରକ ଜିଲ୍ଲାରେ ୩୦ ଲଘୁ ଖଣିଜ ଉସôରୁ ମାତ୍ର ୧୬ ଲଘୁ ଖଣିଜ ଉସô କାର୍ଯ୍ୟକ୍ଷମ ହୋଇଛି । ଅବଶିଷ୍ଟ ଲଘୁ ଖଣିଜ ଉସôକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କୁହାଯାଇଥିଲା । ଭଣ୍ଡାରିପୋଖରୀ, ଧାମନଗର ଓ ବନ୍ତ ତହସିଲଦାରଙ୍କୁ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଏବଂ ବେଆଇନ୍ ଲଘୁ ଖଣିଜ ସମ୍ପଦ ଉଠାଣ ଉପରେ କଡ଼ା ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଆଯାଇଛି । ତହସିଲଦାର ପୁଲିସ ସହ ଭଲ ସମନ୍ୱୟ ରକ୍ଷା କରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଜିଲ୍ଲା ମଧ୍ୟରେ କାର୍ଯ୍ୟକ୍ଷମ ଭଦ୍ରକ ନିର୍ଗୁଣ୍ଡି ତୃତୀୟ ଲାଇନ୍ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା ।
ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହିପରି ନିୟମିତ ସମୀକ୍ଷା ବୈଠକ କରାଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀଙ୍କୁ ନିଜ ଓ ନିଜ ଅଧିନସ୍ଥ କାର୍ଯ୍ୟାଳୟରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଏହିପରି ଆଭାସୀ ରାଜସ୍ୱ ସମୀକ୍ଷା ବୈଠକ ନିୟମିତ ବ୍ୟବଧାନରେ ପରବର୍ତ୍ତୀ ଜିଲ୍ଲା ସହ ଅନୁଷ୍ଠିତ ହେବ । ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇଜିଆର ଭୂଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିଦେ୍ର୍ଦଶକ, ଏନ୍ଆଇସିର ବରିଷ୍ଠ ଅଧିକାରୀ, ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମିଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ରଧିକାରୀମାନେ ଯୋଗ ଦେଇଥିଲେ ।