ମନୋଜ ପାଣ୍ଡେ ହେବେ ସେନାଧ୍ୟକ୍ଷ
ଜେନେରାଲ୍ ନରବଣେ ହୋଇପାରନ୍ତି ସିଡିଏସ୍
ନୂଆଦିଲ୍ଲୀ, ୧୮ା୪: ଲେଫ୍ଟନାଣ୍ଟ ଜେନେରାଲ୍ ହେବେ ପରବର୍ତ୍ତୀ ସ୍ଥଳ ସେନାଧ୍ୟକ୍ଷ । ସେ ଏବେ ସେନାର ଉପମୁଖ୍ୟ ଅଛନ୍ତି । ଜେନେରାଲ୍ ମନୋଜ ମୁକୁନ୍ଦ ନରବଣେ ଏପିଲ୍ ୩୦ରେ ୨୮ ମାସର କାର୍ଯ୍ୟକାଳ ଶେଷ କରି ସେବାନିବୃତ୍ତ ହେଉଥିବାରୁ ତାଙ୍କ ସ୍ଥାନରେ ଲେ.ଜେ. ପାଣ୍ଡେଙ୍କୁ ବରିଷ୍ଠତା ଭିତ୍ତିରେ ନିଯୁକ୍ତି ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ପରବର୍ତ୍ତୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) କିଏ ହେବେ ସେ ବିଷୟରେ ଫଇସଲା ହୋଇ ନାହିଁ । ପୂର୍ବତନ ସିଡିଏସ୍ ଜେନେରାଲ୍ ବିପିନ୍ ରାୱତ୍ଙ୍କର ଗତବର୍ଷ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ମୃତୁ୍ୟ ଘଟିବା ପରଠାରୁ ଏହି ପଦ ଖାଲି ପଡ଼ିଛି ।
ସରକାର ନୂଆ ସିଡିଏସ୍ ନେଇ କିଛି ବିକଳ୍ପ ଉପରେ ବିଚାର କରୁଥିଲେହେଁ ଜେନେରାଲ୍ ନରବଣେ ପ୍ରଥମ ପସନ୍ଦ ହେବା ଅନୁମାନ କରାଯାଉଛି ।
ସେନାଧ୍ୟକ୍ଷ ହେବାରେ ପାଣ୍ଡେ ହେବେ କୋର ଅଫ୍ ଇଞ୍ଜିନିୟର୍ସର ପ୍ରଥମ ଅଧିକାରୀ । ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀର ପ୍ରାକ୍ତନ ଛାତ୍ର ପାଣ୍ଡେଙ୍କୁ ୧୯୮୨ରେ କୋର୍ ଅଫ୍ ଇଞ୍ଜିନିୟର୍ସରେ କମିଶନ କରାଯାଇଥିଲା ।
ସେନାଧ୍ୟକ୍ଷ ପଦରେ ଏପର୍ଯ୍ୟନ୍ତ ଇନ୍ଫ୍ରାଣ୍ଟ୍ରି, ଆର୍ମଡ୍ ଓ ଆର୍ଟିଲରି ଅଧିକାରୀମାନଙ୍କ କବ୍ଜା ରହିଆସିଥିଲା । ଲେ.ଜେ. ପାଣ୍ଡେ ପୂର୍ବରୁ ସେନା କମାଣ୍ଡର ଥିଲେ । ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ପ୍ରଯୁକ୍ତିଗତ ବ୍ୟବସ୍ଥାର ଏକୀକରଣ ଦିଗରେ କାର୍ଯ୍ୟ କରିଛନ୍ତି ।