ଯାଞ୍ଚ ହେବ ସ୍କୁଲ ପିଲାଙ୍କୁ ନେଉଥିବା ଗାଡ଼ି

ଭୁବନେଶ୍ୱର (ବୁ୍ୟରୋ): ସ୍କୁଲ ପିଲାଙ୍କୁ ନେଉଥିବା ବସ୍ ଓ ଅନ୍ୟାନ୍ୟ ଲାଇଟ୍ ଭେହିକିଲ ଏଣିକି ଯାଞ୍ଚ କରାଯିବ । ଯାଞ୍ଚ ନେଇ ସବୁ ଆଞ୍ଚଳିକ ପରିବହନ ଅଫିସ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ) ଚିଠି ଲେଖିଛନ୍ତି । ଆସନ୍ତା ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରି ୨୮ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ପିଲାଙ୍କୁ ନେଇ ଯାଉଥିବା ଗାଡିର ଫିଟ୍ନେସ, ପରମିଟ୍, ବୀମା ଆଦିର ଯାଞ୍ଚ କରାଯିବ । ଧାର୍ଯ୍ୟ ନିୟମଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିଲେ ଜରିମାନା ହେବ । ବିଶେଷ କରି ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟତକୁ ଏସ୍ଟିଏ ଗୁରୁତ୍ୱ ଦେଇଛି । ରାଜ୍ୟରେ ଅନେକ ସ୍କୁଲରେ କାଗଜପତ୍ର ଠିକ୍ ନ ଥିବା ଗାଡି ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଅନେକ ସମୟରେ ଗାଡିଗୁଡିକ ଦୁର୍ଘଟଣାରେ ଶିକାର ହେଉଛି । ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ ଗାଡିର କାଗଜପତ୍ର ଯାଞ୍ଚ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *