ସ୍ୱାସ୍ଥ୍ୟାନୁଷ୍ଠାନରେ ରୁଫ୍ ଟପ୍ ସୋଲାର୍ ପ୍ରକଳ୍ପ

ଭୁବନେଶ୍ୱର (ବୁ୍ୟରୋ): ରୁଫ୍ ଟପ୍ ସୋଲାର ପ୍ରକଳ୍ପ ଜରିଆରେ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକୁ ବିଦୁ୍ୟତ୍ ଯୋଗାଣ କରାଯିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା ହୋଇଛି । ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଆଲୋଚନା ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।
ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିବାସହ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକୁ ଗୁଣବତ୍ତା ସମ୍ପନ୍ନ ବିଦୁ୍ୟତ୍ ଯୋଗାଣ ସୁନିଶ୍ଚିତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ରୁଫ୍ ଟପ୍ ସୋଲାର ପାୱାର ସୃଷ୍ଟି ହେଲେ ହସ୍ପିଟାଲ୍ ଏବଂ ମେଡିକାଲ୍ କଲେଜଗୁଡ଼ିକର ବିଜୁଳି ବିଲ୍ ହ୍ରାସ ପାଇବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ରାଜ୍ କୁମାର ଶର୍ମା ଆଶା ପ୍ରକାଶ କରିଚନ୍ତି । ଶକ୍ତି ସଚିବ ଶ୍ରୀ ଧଳ କହିଛନ୍ତି, ବର୍ଷକୁ ଓଡ଼ିଶାରେ ପ୍ରାୟ ୩ଠଠ ଦିନ ଖରା । ତେଣୁ ରୁଫ୍ ଟପ୍ ସୋଲାର ପ୍ରକଳ୍ପ ବେଶ୍ ଉପଯୋଗୀ ହୋଇପାରିବ ।
ଆଲୋଚନାରୁ ଜଣାପଡ଼ିଛି ଯେ ରିଅଲ୍ ଟାଇମ୍ ଡାଟା ଆନାଲିସ୍ ସହ ରିମୋଟ୍ ମନିଟରିଂ ସିଷ୍ଟମ୍ ଦ୍ୱାରା ଏହି ଗ୍ରୀଡ୍ ସୋଲାର ସିଷ୍ଟମ୍କୁ ପରିଚାଳନା କରାଯିବ । ଯାହାଫଳରେ ସ୍ୱାସ୍ଥ୍ୟାନୁଷ୍ଠାନରେ ବିଜୁଳି ଚାପ ଏବଂ ବ୍ୟବହାର ସମ୍ପର୍କରେ ଟ୍ରାକିଂ କରିବାରେ ସହାୟକ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲ୍ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ସ୍ୱାସ୍ଥ୍ୟାନୁଷ୍ଠାନରେ ଏହି ପ୍ରକଳ୍ପର ତଦାରଖ ଏବଂ କାର୍ଯ୍ୟାନ୍ୱୟନ ଲାଗି ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସି (ଓରେଡା) ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *