ପ୍ରଫୁଲ୍ଲଙ୍କ ପାର୍ଥôବ ଶରୀର ପଞ୍ଚଭୂତରେ ଲୀନ
ପୁରୀ/ଭୁବନେଶ୍ୱର,୧୮ା୪(ବୁ୍ୟରୋ): ଓଡିଆ ସଂଗୀତ ଦୁନିଆର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ପ୍ରଫୁଲ୍ଲ କରଙ୍କ ପାର୍ଥôବ ଶରୀର ପଞ୍ଚଭୂତରେ ଲୀନ ହୋଇଛି । ତାଙ୍କ ମରଶରୀର ଭୁବନେଶ୍ୱର ସତ୍ୟନଗର ବାସଭବନରୁ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚôବା ପରେ ଶୋଭାଯାତ୍ରାରେ ସ୍ୱର୍ଗଦ୍ୱାର ନିଆଯାଇଥିଲା ଏବଂ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଅପରାହ୍ଣ ୪ଟା ୫୦ ମିନିଟ୍ ସମୟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର ମହାଦୀପ କର ଦେଇଥିଲେ ମୁଖାଗ୍ନି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ରଞ୍ଜନ ଦାଶ ଏବଂ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ସ୍ୱର୍ଗତ ପ୍ରଫୁଲ କରଙ୍କ ଶେଷକୃତ୍ୟ ସମୟରେ ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ ।
ସେହିପରି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପୂର୍ବତନ ସାଂସଦ ତଥାଗତ ସତପଥୀ, ସ୍ୱର୍ଗତ କରଙ୍କ କନିଷ୍ଠ ପୁତ୍ର ମହାପ୍ରସାଦ, କନ୍ୟା ସନ୍ଧ୍ୟାଦୀପ, ଦୁଇ ବୋହୂ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କେ ବିଶାଲ ସିଂହ, ଉପଜିଲ୍ଲାପାଳ ଭବତରଣ ସାହୁ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ଅନେକ ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବରିଷ୍ଠ ପୁଲିସ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ, ଚିନ୍ମୟ ରାଉତ, ଷ୍ଟାଲିନ ପରିଜା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ରାଜକିଶୋର ପାତ୍ର, ରାଜେନ୍ଦ୍ର ମିଶ୍ର, ବିପିନ ବାରିକ୍, ମଧୁସୂଦନ ମିଶ୍ର ପ୍ରମୁଖ ଶବାଧାରରେ ମାଲ୍ୟାର୍ପଣ କରିଥିଲେ ।
ଦିନ ଦୁଇଟା ସମୟରେ ପୁରୀ ପ୍ରବେଶ ପଥରେ ଶ୍ରୀ ଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ପକ୍ଷରୁ ଗୀତିକାର ବଦ୍ରି ମିଶ୍ର ଓ ନିର୍ମାଲ୍ୟର ସଂପାଦକ ବିଶ୍ୱନାଥ ମିଶ୍ର ଶବାଧାରରେ ପତିତପାବନ ବାନା ଅର୍ପଣ କରିବା ପରେ ଶ୍ରୀକ୍ଷେତ୍ର କଳା ପ୍ରକାଶିକା ପକ୍ଷରୁ ବଡ଼ଦାଣ୍ଡର ଗୁରୁ ଇଷ୍ଟେଟ ଠାରେ ବିଶିଷ୍ଟ କବି ହରିହର ମିଶ୍ର, ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟ, ସୋମନାଥ ଗୁରୁ, ହରିହର ଗୁରୁ, ଶ୍ୟାମ ପ୍ରକାଶ ସେନାପତି, ପ୍ରସନ୍ନ ମିଶ୍ର, ବୀରେନ୍ଦ୍ର ଗୋଛିକାର, ଶରତ ପାତ୍ର, ସତ୍ୟନାରାୟଣ ଗୁରୁ, ଗୋବିନ୍ଦ ମହାନ୍ତି, ଶମ୍ଭୁ ହୋତା, ସନ୍ତୋଷ ପଣ୍ଡା, ରୂପକଳ୍ପ ମିଶ୍ର, ବିଶ୍ୱଜିତ ମିଶ୍ର, ଜମ୍ବେଶ୍ୱର ପୂଜାପଣ୍ଡା, ଆଲୋକ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସିଂହଦ୍ୱାର ଠାରେ ସୁନାବେଶ ଭଜନ ସମାରୋହର ସଂପାଦକ ମନୋଜ ଦାସ ମହାପାତ୍ର ଓ ଚକ୍ରଧର ମହାପାତ୍ର ଖଣ୍ଡୁଆ ଅର୍ପଣ କରିଥିଲେ । ଦୋଳମଣ୍ଡପ ସାହିରେ ବିଶିଷ୍ଟ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରଫୁଲ୍ଲ କର ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସ୍ୱର୍ଗଦ୍ୱାର ।
ଭୁବନେଶ୍ୱରସ୍ଥିତ ସତ୍ୟନଗର ବାସଭବନରେ ସୋମବାର ସକାଳୁ ସ୍ୱର୍ଗତ କରଙ୍କ ଶେଷଦର୍ଶନ ନିମନ୍ତେ ଶୁଭେଚ୍ଛୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସଙ୍ଗୀତ, ସିନେମା ଓ କଳା ଜଗତ ସହ ଜଡିତ ବହୁ ବ୍ୟକ୍ତିବିଶେଷ ଶେଷ ଦର୍ଶନ ସହ ପାର୍ଥôବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ମଧ୍ୟ ସ୍ୱର୍ଗତ କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଜେପି ରାଜ୍ୟସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।