“ସମାଧାନ’ରେ ଦିବ୍ୟାଙ୍ଗଙ୍କ ଅଭିଯୋଗ ଶୁଣାଣି

ଛତ୍ରପୁର (ଆପ୍ର): ଗଞ୍ଜାମ ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗଙ୍କ ହିତ ନିମନ୍ତେ ସୋମବାର ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣିରେ ପ୍ରାଥମିକତା ଭିତ୍ତିରେ ସର୍ବ ପ୍ରଥମେ ଦିବ୍ୟାଙ୍ଗଙ୍କର ଅଭିଯୋଗ ଶୁଣାଣି ହୋଇଥିଲା । ପରେ ସର୍ବସାଧାରଣଙ୍କ ଅଭିଯୋଗ ଶୁଣାଣି ହୋଇଥିଲା । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ “ସମାଧାନ’ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଉଗଡ଼ ସମ୍ମିଳନୀ କକ୍ଷରେ ଅଭିଯୋଗ ପାଇଁ ଆସିଥିବା ସମସ୍ତ ଦିବ୍ୟାଙ୍ଗଙ୍କର ଅଭିଯୋଗ ଶୁଣିଥିଲେ । ସମସ୍ୟାର ଆଶୁ ସମାଧାନ ନିମନ୍ତେ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେମାନେ ଯେପରି ସହଜରେ ଭତ୍ତା, ସ୍କଲାର୍ସିପ୍, ବିକଳାଙ୍ଗ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସରକାରୀ ସହାୟତା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ ।
ସମୁଦାୟ ୨୪୪ ଜଣଙ୍କ ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୧୬ ଜଣଙ୍କୁ ଲାପ୍ଟପ ବଣ୍ଟନ, ୭୦ ଜଣଙ୍କୁ ଉପକରଣ ବଣ୍ଟନ, ଜଣଙ୍କୁ ପେନସନ୍ ବାବଦକୁ ୧୨୦୦ ଟଙ୍କା, ଜଣଙ୍କୁ ତିନି ଚକିଆ ସାଇକେଲ, ଜଣଙ୍କୁ ଆଶା ବାଡି,୨ ଜଣଙ୍କୁ ଆର୍ଥିକ ସହାୟତା, ୧୮ ଜଣ ତୃତୀୟ ଲିଙ୍ଗଙ୍କୁ ପଟ୍ଟା ଏବଂ ୯୧ ଟି ଆବେଦନର ଫୈସଲା ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରକଳ୍ପ ନିଦେ୍ର୍ଦଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନେ୍ଦ ଦତ୍ତାତ୍ରେୟ ଭାଉ ସାହେବ, ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ର ପ୍ରକଳ୍ପ ନିଦେ୍ର୍ଦଶକ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଛତ୍ରପୁର ଉପ-ଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରଖା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *