ସବୁ ଜିଲ୍ଲାରେ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର
ଭୁବନେଶ୍ୱର (ବୁ୍ୟରୋ): ସାରା ରାଜ୍ୟରେ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ବିଭାଗର ମିଳିତ ସହଯୋଗରେ ସବୁ ଜିଲ୍ଲାରେ ଏହି ପର୍ଯ୍ୟବେକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି ।
ରାଜ୍ୟରେ ମୋଟ ୩୦ଟି ଜିଲ୍ଲାରେ ୩୮ଟି ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ୨୦୨୦-୨୧ରେ ନୟାଗଡ଼, ବୌଦ୍ଧ, ଛତ୍ରପୁର, ପାରଳାଖେମୁଣ୍ଡି, ରାୟଗଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଏହି କେନ୍ଦ୍ର ସ୍ଥାପନ କରଯାଇଥିଲା । ସେହିପରି ୨୦୨୨ ଏପ୍ରିଲ ସୁଦ୍ଧା ଆଉ ନୂଆ ୮ଟି ବସାଗଲା । ସେଗୁଡ଼ିକ ହେଉଛି ଢ଼େଙ୍କାନାଳ, ଦେବଗଡ଼, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୂଆପଡ଼, ଖୋର୍ଦ୍ଧା ଓ ନବରଙ୍ଗପୁର । ଏସବୁକୁ ମିଶାଇ ୩୮ଟି ସ୍ଥାନରେ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର ବସାଯାଇଛି । ସେଥିରୁ ୧୦ଟି ଭାରତୀୟ ପାଣିପାଗ ବିଭାଗ ଅଧିନରେ କାର୍ଯ୍ୟକ୍ଷମ ହେଉଛି । ବାକି ୨୮ଟି ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ଅଧିନରେ କର୍ଯ୍ୟକ୍ଷମ ହେବ । ରାଜ୍ୟ ସରକାର କେବଳ ମାନବ ସମ୍ବଳ ଯୋଗାଇ ଦେବା ବେଳେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସରଞ୍ଜାମ, ଜ୍ଞାନକୌଶଳ ଯୋଗାଇ ଦିଆଯିବ । ସେହିପରି ବାତ୍ୟା ସମୟରେ ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷତି ହେଉଛି । ଯେପରି ଆଗକୁ ପବନ ଯୋଗୁ ବ୍ୟାପକ କ୍ଷତି ନହୁଏ, ସେଥିପାଇଁ ଗୋପାଳପୁର ଓ ପାରାଦୀପରେ ଦୁଇଟି ଡପ୍ପଲର ୱେଦର ରାଡାର ବସାଯାଇଛି । ଏହାସହିତ ୬ଟି ଉପକୂଳ ସ୍ଥାନରେ ଉଚ୍ଚ ପବନ ବେଗ ରେକର୍ଡ (ଆଇ ସ୍ପିଡ ୱିଣ୍ଡ ରେକର୍ଡ) କରିବା ପାଇଁ ଯନ୍ତ୍ର ବସିଛି । ଗୋପାଳପୁର, ପୁରୀ, ଭୁବନେଶ୍ୱର, ପାରାଦୀପ, ଚାନ୍ଦବାଲି ଏବଂ ବାଲେଶ୍ୱରରେ ଏହା ବସାଯାଇଛି । ଏହାଦ୍ୱାରା ସଠିକ୍ ପାଣିପାଗ ଆକଳନ କରାଯାଇପାରିବ ।