ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି

କାମାକ୍ଷାନଗର (ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ଭଣ୍ଡାରକୁ କାର୍ଯ୍ୟକ୍ରମ କରିବା ପାଇଁ ସାମ୍ବାଦିକ ସଂଘ ପକ୍ଷରୁ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କାମାକ୍ଷାନଗର ଚିକିତ୍ସାଳୟ ଉପରେ ଉପଖଣ୍ଡର ୪ଟି ବ୍ଲକ ସହିତ ନିକଟସ୍ଥ କେଉଁଝର, ତେଲକୋଇ ଏବଂ ଅନ୍ୟାନ୍ୟ ସ୍ଥାନରୁ ରୋଗୀମାନେ ଆସିଥାନ୍ତି । କିନ୍ତୁ ଏଠାରେ ଥିବା ରକ୍ତଭଣ୍ଡାରଟି ଦୀର୍ଘଦିନ ହେବ ଅଚଳ ହୋଇ ପଡିଥିବାରୁ ରକ୍ତ ପାଇଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରକ୍ତ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ପାଇଁ କାମାକ୍ଷାନଗର ସାମ୍ବାଦିକ ସଂଘର ସଭାପତି ଅକ୍ଷୟ କୁମାର ନନ୍ଦ, ସମ୍ପାଦକ ସୋ÷ମେନ୍ଦ୍ର ସାହୁ, ହିମାଂଶୁ ଶେଖର ମହାପାତ୍ର, ବିଦ୍ୟାଧର ବରାଳ, ତରୁଣ କୁମାର ଦାସ, ରାକେଶ କୁମାର ଦେହୁରୀ, ସଦାଶିବ ସେଠୀ, ହୃଦୟ ବଲ୍ଲଭ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ସହିତ ଆଲୋଚନା କରିବା ସହ ରକ୍ତ ଭଣ୍ଡାରକୁ କାର୍ଯ୍ୟକ୍ରମ କରିବାକୁ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *