ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ପୁରୀ (ବୁ୍ୟରୋ): ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶନାମା ଅନୁଯାୟୀ ଆଜିଠାରୁ ପ୍ରତ୍ୟକ୍ଷ ଭାବେ ଜନ ଶୁଣାଣି ଆରମ୍ଭ ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରତ୍ୟକ୍ଷ ଜନ ଶୁଣାଣି ବନ୍ଦ ରହିଥିଲା । ଆଜି ୭୪ ଜଣ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇଛନ୍ତି । ପ୍ରତ୍ୟେକ ସପ୍ତାହ ସୋମବାର ଦିନ ମୁଖ୍ୟ କାର୍ଯ୍ୟାଳୟ ଏବଂ ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଥାଏ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂହ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଜ୍ୟୋତିଶଙ୍କର ମହାପାତ୍ର, ତହସିଲଦାର୍ ରବିନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଇତିଶ୍ରୀ ନାୟକ, ସଦର ବିଡିଓ ସମ୍ବିତ ଶତପଥି, ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର, ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *