ସୁପ୍ରିମକୋର୍ଟରେ ୭ ରାଜ୍ୟର ମାମଲା
ରାମନବମୀ, ହନୁମାନ ଜୟନ୍ତୀରେ ହିଂସାକାଣ୍ଡ
ନୂଆଦିଲ୍ଲୀ (ଏଜେନ୍ସି): ଚଳିତ ବର୍ଷ ରାମନବମୀ ଏବଂ ହନୁମାନ ଜୟନ୍ତୀ ଅବସରରେ ଆୟୋଜିତ ଶୋଭାଯାତ୍ରା ସମୟରେ ଦେଶର ଅନେକ ସ୍ଥାନରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କୀତ ସମସ୍ତ ମାମଲା ସୁପ୍ରିମକୋର୍ଟରେ ପହଞ୍ଚôଛି । ପ୍ରାପ୍ତ ସୂଚନାନୁସାରେ ଦେଶର ୭ ରାଜ୍ୟରୁ ଏସବୁ ମାମଲା ଆସିଥିବା ଜଣାପଡିଛି । ରାଜସ୍ଥାନ, ଗୁଜରାଟ ଏବଂ ମଧ୍ୟପ୍ରଦେଶ ସମେତ ୭ ରାଜ୍ୟରେ ରାମନବମୀ ଓ ଦିଲ୍ଲୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ହିଂସା ମାମଲାରେ ଆବେଦନକାରୀ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଅନ୍ୟପକ୍ଷେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଏନ୍ଭି ରମନ୍ନା ମଧ୍ୟ ଏସବୁ ମାମଲାରେ ଶୁଣାଣି କରିବାକୁ ସ୍ୱୀକୃତି ଦେଇଛନ୍ତି । ପ୍ରକାଶ, ରାଜସ୍ଥାନର କରୋଲି, ଗୁଜରାଟର ସାବରକାଣ୍ଠା, ଆନନ୍ଦ ଏବଂ ଦ୍ୱାରକା ସମେତ ମଧ୍ୟପ୍ରଦେଶର ଖରଗୋନରେ ରାମନବମୀ ଦିନ ଆୟୋଜିତ ଶୋଭାଯାତ୍ରା ଉପରେ ପଥରମାଡ ପରେ ହିଂସାକାଣ୍ଡ ଘଟିଥିଲା । ଏହାପରେ ଦିଲ୍ଲୀ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡରେ ମଧ୍ୟ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।