୨ ବ୍ୟାଙ୍କ କର୍ମଚାରୀ ଗିରଫ

୧୨୪ କୋଟିର ଜିଏସ୍ଟି ଠକେଇ
ରାଉରକେଲା (ଆପ୍ର): ଅନ୍ୟର ପାନ କାର୍ଡ ଓ ବିଭିନ୍ନ କାଗଜପତ୍ର ଦୁରୁପଯୋଗ କରି ୧୨୪ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୁଲିସ ରାଉରକେଲାରୁ ୪ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ୍ ସହକାରୀ ପରି·ଳକ ଓ ଜଣେ ବରିଷ୍ଠ କିରାଣି ଅନ୍ତର୍ଭୁକ୍ତ । ସମ୍ବଲପୁର ଏସ୍ପି ବି ଗଙ୍ଗାଧର ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ୨୦୧୭ – ୧୮ ଆର୍ଥିକ ବର୍ଷରେ ତାଙ୍କ ପାନ କାର୍ଡର ଦୁରୁପଯୋଗ କରି ୧୩ କୋଟି ୭୬ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ୍ କରାଯାଇଥିଲା । ଆୟକର ବିଭାଗ ସୂଚନା ପାଇବା ସହିତ ପରେ ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତଚଳାଇଥିଲା । ଗିଅଭିଯୁକ୍ତମାନଙ୍କୁ ସମ୍ବଲପୁର ନିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *