ସିତ୍ସିପାସ୍ଙ୍କୁ ମଣ୍ଟେ କାର୍ଲୋ ମୁକୁଟ
ମଣ୍ଟେ କାର୍ଲୋ, ୧୭ା୪ (ଏଜେନ୍ସି): ତୃତୀୟ ସିଡ୍ ଷ୍ଟିଫାନୋସ୍ ସିତ୍ସିପାସ୍ ରବିବାର ମଣ୍ଟେ କାର୍ଲୋ ମାଷ୍ଟର୍ସ ମୁକୁଟ ବଞ୍ଚାଇବାରେ ସଫଳ ହୋଇଛନ୍ତି । ସେ ଫାଇନାଲ୍ ମୁକାବିଲାରେ ସ୍ପେନ୍ର ଆଲେଜାଣ୍ଡ୍ରୋ ଡେଭିଡୋଭିକ୍ ଫୋକିନାଙ୍କୁ ୬-୩, ୭-୬ (୭/୩) ସେଟ୍ରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍ ଏକ ଘଣ୍ଟା ୩୬ ମିନିଟ୍ ଧରି ଚାଲିଥିଲା । ୨୩ବର୍ଷୀୟ ଗ୍ରୀକ୍ ତାରକାଙ୍କ ଏହା ଅଷ୍ଟମ ଏଟିପି ମୁକୁଟ ଏବଂ ୧୧ ମାସ ମଧ୍ୟରେ ପ୍ରଥମ । ମ୍ୟାଚ୍ରେ ସିତ୍ସିପାସ୍ ୨୧ ୱିନର୍ ଲଗାଇଥିବା ବେଳେ ମାତ୍ର ୧୧ ଅନ୍ଫୋର୍ସଡ୍ ଏରର୍ କରିଥିଲେ ।