୨୧ରେ ଆସୁଛନ୍ତି ଜନ୍ସନ୍
ଲଣ୍ଡନ (ଏଜେନ୍ସି): ବି୍ରଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଆସନ୍ତା ୨୧ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ତେବେ ସେ ପ୍ରଥମେ ଦିଲ୍ଲୀ ନ ଆସି ଗୁଜରାଟରୁ ଗସ୍ତ ଆରମ୍ଭ କରିବେ । ଗୁରୁବାର ଜନସନ୍ ଗୁଜରାଟରେ ପହଞ୍ଚô ରାଜ୍ୟରେ ପୁଞ୍ଜି ନିବେଶ ସମ୍ପର୍କରେ ଘୋଷଣା କରିବେ । ଶୁକ୍ରବାର ସେ ନୂଆଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ଅଛି । ପ୍ରଧାନମନ୍ତ୍ରୀ ରୂପେ ଜନ୍ସନ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ ।
ଗୁଜରାଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୃହ ରାଜ୍ୟ ହୋଇଥିବା ଯୋଗୁ ନୁହେଁ, ବରଂ ବି୍ରଟେନ୍ରେ ରହୁଥିବା ଅଦେ୍ର୍ଧକ ଭାରତୀୟ ଗୁଜରାଟ ବାସିନ୍ଦା ହୋଇଥିବାରୁ ଜନସନ୍ଙ୍କ ପାଇଁ ଏହି ରାଜ୍ୟ ଗୁରୁତ୍ୱପୂର୍ଣ୍ଣ । ଭାରତ ଗସ୍ତ ପୂର୍ବରୁ ଜନସନ୍ କହିଛନ୍ତି ପୃଥିବୀର ବୃହତ୍ତମ ଗଣତନ୍ତ୍ର ଭାରତ ବର୍ତ୍ତମାନର ଅନିଶ୍ଚିତ ସମୟରେ ବି୍ରଟେନ୍ର ପ୍ରମୁଖ ରଣନୀତିକ ଭାଗିଦାର ।
ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବ ପର ଠାରୁ ଭାରତ ଗସ୍ତ କରିବାରେ ଜନସନ୍ ପ୍ରଥମ ୟୁରୋପୀୟ ରାଷ୍ଟ୍ରମୁଖ୍ୟ । ଉଲ୍ଲେଖଯୋଗ୍ୟ ଯେ ଜନସନ୍ ନିକଟରେ ୟୁକ୍ରେନ୍କୁ ଗୁପ୍ତ ଗସ୍ତରେ ଯାଇ ରାଜଧାନୀ କିବ୍ରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ଆଲୋଚନା କରିଥିଲେ । ଭାରତ ଗସ୍ତର ଗୁରୁତ୍ୱ ବୁଝାଇବାକୁ ଯାଇ ସେ କହିଛନ୍ତି, ଆଜି ଆମେ କେତେକ ନିରଙ୍କୁଶ ଦେଶ ପକ୍ଷରୁ ଶାନ୍ତି ଓ ସମୃଦ୍ଧି ପ୍ରତି ବିପଦର ସମ୍ମୁଖୀନ ହେଉଛୁ । ଏଭଳି ସ୍ଥିତିରେ ଗଣତାନ୍ତ୍ରିକ ଓ ମିତ୍ର ଦେଶମାନେ ଏକ୍ଜୁଟ୍ ହେବା ଆବଶ୍ୟକ । ଗତ ମାସରେ ବି୍ରଟେନ୍ର ବିଦେଶ ମନ୍ତ୍ରୀ ଲିଜ୍ ଟ୍ରଷ୍ଟ୍ ଭାରତ ଆସିଥିଲେ । ସେହି ସମୟରେ ଦୁଇ ଦେଶ ମଧ୍ୟରେ ଫି୍ର ଟ୍ରେଡ୍ ଏଗି୍ରମେଣ୍ଟ୍ ଉପରେ ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଥିଲା ପ୍ରମୁଖ ଫୋକସ୍ । ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ୍ ଉପରେ ଦୁଇ ପର୍ଯ୍ୟାୟ ଆଲୋଚନା ଶେଷ ହୋଇସାରିଛି, ଚଳିତ ମାସ ଶେଷ ବେଳକୁ ହେବ ତୃତୀୟ ପର୍ଯ୍ୟାୟ ଆଲୋଚନା । ଏହି ପ୍ରସଙ୍ଗ ତଥା ରୋଜଗାର ଓ ଆର୍ଥିକ ବିକାଶ ଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଜନ୍ସନ୍ ଆଲୋଚନା କରିବେ ।