କୋଭିଡ୍ରେ ମରିଛନ୍ତି ୪ଠଲକ୍ଷ ଭାରତୀୟ
କେନ୍ଦ୍ରର ଖିଆଲୀ ନୀତି ଯୋଗୁ
ନୂଆଦିଲ୍ଲୀ (ଏଜେନ୍ସି): ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଆସୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଥର ଦେଶରେ କୋଭିଡ୍ଜନିତ ମୃତୁ୍ୟକୁ ନେଇ ନୂଆ ଅଭିଯୋଗ କରିଛନ୍ତି । ରାହୁଲଙ୍କ କହିବାନୁସାରେ କେବଳ କେନ୍ଦ୍ର ସରକାରଙ୍କ ଖାମଖିଆଲ ନୀତି ଯୋଗୁ କୋଭିଡ୍ କାଳରେ ଦେଶରେ ୪ଠଲକ୍ଷ ନାଗରିକ ପ୍ରାଣ ହରାଇଛନ୍ତି । କିନ୍ତୁ ଏହି ନିଷ୍ଠୁର ସତକୁ ଦେଶବାସୀଙ୍କ ଆଗରେ କହିବାକୁୂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟ କରୁଛନ୍ତି । ସେଥିପାଇଁ ପ୍ରକୃତ ତଥ୍ୟକୁ ଦବାଇ ଦିଆଯାଉଛି । ସରକାରଙ୍କ ପକ୍ଷରୁ କୋଭିଡ୍ଜନିତ ମୃତୁ୍ୟ ସଂଖ୍ୟା ମାତ୍ର ୫ ଲକ୍ଷ ଦର୍ଶାଯାଉଥିବା ବେଳେ ରାହୁଲ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦୃଢ଼ତାର ସହ ଦର୍ଶାଇଛନ୍ତି । ଏଥିସହ କରୋନାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବାକୁ ରାହୁଲ ଦାବି କରିଛନ୍ତି ।
ନୁ୍ୟୟର୍କ ଟାଇମ୍ସରେ ଏସମ୍ପର୍କୀତ ପ୍ରକାଶିତ ଏକ ରିପୋର୍ଟର ଏକ ସ୍କ୍ରିନ୍ସଟ୍କୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିବା ସହ ରାହୁଲ କହିଛନ୍ତି, ଭାରତ ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଦିଆଯାଇଥିବା ପରାମର୍ଶ (ଏକ ନିର୍ଦ୍ଦିଷ୍ଟ ଗାଣିତିକ ପ୍ରଣାଳୀ (ମେଥେଡୋଲୋଜି) ମାଧ୍ୟମରେ କରୋନାଜନିତ ହାରାହାରି ମୃତୁ୍ୟସଂଖ୍ୟା ଆକଳନ କରିବା)କୁ ପାଳନ କରିବାରେ ପଛଘୁଞ୍ଚା ଦେବା ଏବଂ ଏଥିରେ ତ୍ରୁଟିଥିବା ପାଲଟା ଅଭିଯୋଗ କରିବା କେନ୍ଦ୍ର ବାସ୍ତବ ମୃତୁୂ୍ୟସଂଖ୍ୟାକୁ ଲୁଚାଉଥିବାର ଏକ ବଳିଷ୍ଠ ପ୍ରମାଣ । ସତ କଥା ହେଉଛି, ପ୍ରଧାନମନ୍ତ୍ରୀ ମୋଦି କେବେ ନିଜେ ସତ କହିବେନି କିମ୍ବା ଅନ୍ୟ କାହାକୁ ସତ କହିବାକୁ ଦେବେନି । ଅକ୍ସିଜେନ୍ ଅଭାବ କାରଣରୁ କରୋନା କାଳରେ ଅନେକ ଦେଶବାସୀଙ୍କ ମୃତୁ୍ୟ ହୋଇଥିବା କଥାକୁ ମଧ୍ୟ ମୋଦି ସ୍ୱୀକାର କରିନାହାନ୍ତି । ଏହା ଦେଶବାସୀଙ୍କ ପାଇଁ ମୋଦିଙ୍କ ତରଫରୁ ଏକ ବହୁତ ବଡ଼ ମିଛ । ଦେଶବାସୀଙ୍କୁ ସତ କହିବାକୁ ମୋଦିଙ୍କର ସତ୍ସାହସ ହିଁ ନାହିଁ । ସମୟ ଆସିଯାଇଛି, ସତ ସ୍ୱୀକାର କରିବା ସହ ପ୍ରତ୍ୟେକ କୋଭିଡ୍ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏ ଦିଆଯିବାର ବ୍ୟବସ୍ଥା ମୋଦି କରନ୍ତୁ ।
ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାଜନିତ ମୃତୁ୍ୟ ସଂଖ୍ୟା ୫,୨୧,୭୫୧ ରହିଛି । ଏହାକୁ ନେଇ ହୁ’ ସନେ୍ଦହ ପ୍ରକାଶ କରିବା ସହ ବିଶ୍ୱସ୍ତରରେ କୋଭିଡ଼ ମୃତୁ୍ୟ ସମ୍ପର୍କରେ ଆକଳନ କରାଯିବା ପାଇଁ ବ୍ୟବହାର କରାଯାଉଥିବା ଗାଣିତିକ ପ୍ରଣାଳୀକୁ ବ୍ୟବହାର କରିବା ପୂର୍ବ ମୃତୁ୍ୟ ସଂଖ୍ୟା ବାହାର କରିବାକୁ ପରାମର୍ଶ ଦେଇଥିଲା । ମାତ୍ର ଭାରତ ଭଳି ଏକ ବୃହତ୍ ଭୌଗୋଳିକ ସ୍ଥିତି ସମ୍ପନ୍ନ ତଥା ଜନବହୁଳ ଦେଶରେ ଏପ୍ରକାର ଗାଣିତିକ ମଡେଲ ଦ୍ୱାରା ସଠିକ୍ ଆକଳନ କରିବା ସମ୍ଭବପର ନୁହେଁ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଛନ୍ତି ।